ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ପ୍ରତିଭାଧାରୀ ଶିକ୍ଷାର୍ଥୀ ଚିହ୍ନଟ କରିବା ସହ ସେମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବା ମାଧ୍ୟମ ବୋଲି ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ନାରାୟଣନଗର କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ୨୦୨୪ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ଶତପଥିଙ୍କ ସଂଯୋଜନାରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଖମାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏସଏମସି ସଭାପତି ସ୍ୱାଧୀନ କୁମାର ପ୍ରଧାନ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ଆଗରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅନୁଷ୍ଠିତ ସଭାରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି, ପୂର୍ବତନ ଖେଳ ଶିକ୍ଷକ ଜଗନ୍ନାଥ ବେହେରା, ପୂର୍ବତନ ସିଆରସିସି ପୂର୍ଣଚନ୍ଦ୍ର କରଡ଼ିଆ,ସମ୍ବାଦ ପ୍ରତିନିଧି ସୁଧାଂଶୁ ଶେଖର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳି ବିକାଶର ମାଧ୍ୟମ ସୁରଭି ବୋଲି ବକ୍ତବ୍ୟରେ କହି ଥିଲେ |

ସିଆରସିସି ଉଦଘାଟନୀ ସଭା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବିଭାଗର ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ସୃଜନଶିଳ ଲିଖନ, ବକ୍ତୃତା, ସଂଗୀତ, ହସ୍ତାକ୍ଷର, ଶୃତଲିଖନ,ସାଂସ୍କୃତିକ, ଉପ କନିଷ୍ଠ ବିଭାଗରେ ଚିତ୍ରକଳା, ଶିଳ୍ପକଳା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ ଏମ ସି ସଭାପତି ଶ୍ରୀ ପ୍ରଧାନ, ସାମ୍ବାଦିକ ଶ୍ରୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିତେନ୍ଦ୍ର କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ।

ସି ଆର ସି ସି ସନ୍ତୋଷ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନାରାୟଣନଗର କ୍ଲଷ୍ଟର୍ ଅନ୍ତର୍ଗତ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଷ୍ମୀପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟ ,ମକୁନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୂର୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ପଦ୍ମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟ, ବୁଢୀପଦର ପ୍ରାଥମିକ ବିଦ୍ୟାଳୟ, ବୁରକଟା ପ୍ରାଥମିକ ବିଦ୍ୟାଳୟ, ଗୁଢିଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୌଡ଼ିଆତୋଳା ପ୍ରାଥମିକ ବିଦ୍ୟାଳୟର ୧୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ବିଭିନ୍ନ ବିଭାଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ଅକ୍ଟୋବର ୪ ତାରିଖରେ ବୌଦ୍ଧ ଏନ ଏ ସି ରେ ହେବାକୁ ଥିବା ବୌଦ୍ଧ ବ୍ଲକ ସ୍ଥରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଶିକ୍ଷକ ବରୁଣ ରଣା, ସ୍ମରଜିତ ପ୍ରଧାନ, ବାଲୁରୀ ସେଠି,ପ୍ରତାପ ବେହେରା, ତ୍ରିନାଥ ନାଏକ, ସୁନୀଲ ନାଏକ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।