ହରଭଙ୍ଗା ୨/୧୦ (ଚିତ୍ତ ରଞ୍ଜନ ସିଂ )ଅଦ୍ୟ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟଳୟ ରାମେଶ୍ୱର ବିହାର ଠାରେ ଓ 10 ଗୋଟି ମଣ୍ଡଳ ସହିତ ଜିଲ୍ଲାର 411 ଗୋଟି ବୁଥ ମାନଙ୍କ ରେ ସ୍ୱାଧୀନତା ଆନ୍ଦୋଳନ ର ମୁଖ୍ୟ ପୁରୋଧା ତଥା ସତ୍ୟ ଓ ଅହିଁସା ର ପ୍ରତୀକ “ଜାତିର ପିତା,” ମହାତ୍ମା ଗାନ୍ଧୀ ” ଙ୍କ ଜୟନ୍ତୀ ସହିତ ପୂର୍ବତନ ଭାରତ ର ସ୍ବର୍ଗତ ପ୍ରଧାନମନ୍ତ୍ରୀ ” ଲାଲବାହାଦୁର ଶାସ୍ତ୍ରୀ ” ଙ୍କ ଜୟନ୍ତୀ ଅବସରରେ ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ମହାସମାରୋହ ରେ ପାଳିତ ହୋଇ ଥିଲା l

ଏହି ଅବସରରେ ବିଭିନ୍ନ ବସ୍ତି ସଫେଇ କାର୍ଯ୍ୟକ୍ରମ ଗୁଡିକ ବୁଥ ସ୍ତରରେ କରାଯିବା ସହିତ ବିଶେଷ କାର୍ଯ୍ୟକ୍ରମ ଭାବରେ,ଘରକୁ ଘର ବିଜେପି କର୍ମକର୍ତା ମାନେ ଯାଇ ବିଜେପି ଦଳର ସଦସ୍ୟତା 2024 ର ବିଧାନସଭା ୱାରୀ ଲକ୍ଷ୍ୟ କୁ ହାସଲ କରିବା ପାଇଁ ବିଶେଷ ପଦକ୍ଷେପ ମାନ ଗ୍ରହଣ କରିଥିଲେ l

ଆଜିର ଉପରୋକ୍ତ ବିଶେଷ କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ବିଜେପି ର ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ କଣ୍ଟାମlଳବିଧାୟକ ଶ୍ରୀ କନାହିଁ ଚରଣ ଡାଙ୍ଗ,ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ରାଜକୁମାର ମେହେର,ନିରଞ୍ଜନ ଦାନୀ, ବଂଶୀ ଧର ନାୟିକ,ଅରୁଣ ସେଠି,ବ୍ୟାମାକେଶ ମହାପାତ୍ର, ତ୍ରିଦେବ ପ୍ରସାଦ ସିଂ, ଓ
ସମସ୍ତ ମଣ୍ଡଳ ସଭାପତି ଓ ବୁଥ ସ୍ତରୀୟ କର୍ମକର୍ତା ମାନେ ଅଂଶ ଗ୍ରହଣ କରିଥିଲେ l