ହରଭଙ୍ଗା ୨/୧୦ (ଚିତ୍ତ ରଞ୍ଜନ ସିଂ ):ପରିତ୍ୟକ୍ତ କୂଅରେ ପଡିଗଲା ଜଙ୍ଗଲୀ ବାରହା l ଗ୍ରାମବାସୀ ଙ୍କ ବନ ବିଭାଗ କୁ ଖବର l ଉଦ୍ଧାର କଲା ପୁରୁଣାକଟକ ବନ ବିଭାଗ l ସୂଚନା ଅନୁଯାଇ ଗତକାଲି ରାତ୍ରି ରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହଁl ହୋଇ ହରଭଙ୍ଗା ବ୍ଲକ ଧଳପୁର ହାଇସ୍କୁଲ ପଛ ପାଖ ରେ ଥିବା ପରିତ୍ୟକ୍ତ କୂଅରେ ପଡିଥିଲା ଜଙ୍ଗଲୀ ବାରହା l

ସକାଳୁ ଗ୍ରାମବାସୀ ଦେଖି ବନ ବିଭାଗ କୁ ଖବର ଦେଉଥିଲେ l ଖବର ପାଇ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କ ନିର୍ଦେଶରେ ବନ ପାଳ ଗୋବର୍ଦ୍ଧନ ମେହେର ଙ୍କ ତତ୍ଵାନଧାନରେ ଚାରିଜଣିଆ ସ୍କ୍ୱାର୍ଡ ଟିମ ଘଟଣା ସ୍ଥଳରେ ପହଂଚି ପ୍ରାୟ ଦୁଇଘଣ୍ଟା ପରିଶ୍ରମ କରି କୂଅ ଭିତରୁ ବାରହା କୁ ଉଦ୍ଧାର କରି ଥିବା ଓ ବାରହା ଟି ପ୍ରାୟ ଏକ ବର୍ଷର ହୋଇଥିବା ବନପାଳ ଶ୍ରୀ ମେହେର ସୂଚନା ଦେଇଛନ୍ତି