ହରଭଙ୍ଗା :୨/୧୦ .(ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ପଞ୍ଚାୟତ ସଭାଗୃହ ଠାରେ ସ୍ୱତନ୍ତ୍ର ଗ୍ରାମ ସଭା ବୁଧବାର ଦିନ ସରପଞ୍ଚ ଅଜିତ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଦୁଇ ମହାପୁରୁଷ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଦେଇ ସୃତି ଚାରଣ କରଯାଇଥିଲା l ତତ ପରେ ଉକ୍ତ ଗ୍ରାମ ସଭାରେ ପଂଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମଲିକ ଗ୍ରାମ ସଭାର ସବିଶେଷ ବିବରଣୀ ଆଗତ କରିଥିଲେ l

ବର୍ଷ କୁ ଛଅ ଗୋଟି ଗ୍ରାମସଭା ପ୍ରତି ପଞ୍ଚାୟତ କରି ୱାର୍ଡ ଗୁଡ଼ିକ ରେ ଥିବା ବ୍ୟକ୍ତିଗତ ଓ ସାମୁହିକ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, କୃଷି ଆଦି କ୍ଷେତ୍ରରେ ଥିବା ସମସ୍ୟା ଗ୍ରାମ ସଭାରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନେଇ ଧlର୍ଯ୍ୟ କରାଯାଇଥାଏ ବୋଲି ମତ ରଖିଥିଲେ l ଶିଶୁ ମାନଙ୍କ ସୁରକ୍ଷା, ପରିବେଶ ସୁରକ୍ଷା ଓ ସ୍ୱଛତା, ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।ଉକ୍ତ ସଭାରେ ଉପସ୍ଥିତ ଥିବା କିଛି ୱାର୍ଡ ର ବାସିନ୍ଦା ଓ ୱାର୍ଡ ମେମ୍ବର ନିଜ ନିଜ ୱାର୍ଡ ରେ ଥିବା ସମସ୍ୟା ଉତ୍ଥାପନା କରି ଏହାର କାର୍ଯ୍ୟ ପାଇଁ ଅଧିକାରୀଙ୍କୁ ଲିଖିତ ଭାବେ ପ୍ରଦାନ କରିଥିଲେ l

ଉକ୍ତ ସ୍ୱତନ୍ତ୍ର ଗ୍ରାମ ସଭାରେ ମୁଖ୍ୟ ଅତିଥି ଭାବେ ଏପିଓ ହେମନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଏଡିଇଓ ଅକ୍ଷୟ ମହାପାତ୍ର, ଯୋଗାଣ ସହାୟକ ଧିରେନ ଭୋଇ, କୃଷି ଅଧିକାରୀ ମନ୍ମଥ କଂହର, ଙ୍କ ସମେତ ପ୍ରତ୍ୟକ ୱାର୍ଡ଼ ର ସଭ୍ୟ ଓ ସଭ୍ୟା ଅଙ୍ଗନବାଡି କର୍ମୀ, ଆଶା କର୍ମୀ, shg ଗ୍ରୁପ ର ମହିଳା, ମିଶନ ଶକ୍ତି ର ମହିଳା ଓ ୱାର୍ଡ଼ମେମ୍ବର ମାନେ ଉପସ୍ଥିତ ଥିଲେ।