କେସିଙ୍ଗା: ୨/୧୦ (ପ୍ରୀତେଶ ପଟେଲ)ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଥିବା ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ର ଇତି ମଧ୍ୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଉଦଯାପିତ ହୋଇଯାଇଛି।କେସିଙ୍ଗା ଏନ୍ ଏ ସି ତରଫରୁ ଦୀର୍ଘ ୧୫ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଟିତ ହୋଇ ଅଞ୍ଚଳବାସୀ ଙ୍କୁ ସ୍ବଚ୍ଛତା ପାଇଁ ସଚେତନ କରାଯାଇଥିଲା।ବୃକ୍ଷ ରୋପଣ ସହିତ ସ୍ବଚ୍ଛତା ମାରାଥନ, ୱାକାଥନ ,ରାସ୍ତାଘାଟ,ସଫାସୁତୁରା ୧୫ ଦିନ ଧରି ସ୍ବଚ୍ଛତା ରଥ ସହରର ବିଭିନ୍ନ ୱାର୍ଡ ବୁଲି ସ୍ବଚ୍ଛତା ର ବାର୍ତ୍ତା ଦେଉଥିବା ଦେଖାଯାଇଥିଲା।

ଏଥି ପାଇଁ କେସିଙ୍ଗା ଏନ୍ ଏ ସି ତରଫରୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ୍ ପୁରସ୍କାର ବିତରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟ କ୍ରମରେ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ଯୋଗ ଦେଇ ଥିବା ବେଳେ ଉପ ନଗର ପାଳ ସରସ୍ଵତୀ ସାହା,କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ,ଓ କେସିଙ୍ଗା ଏନ୍ ଏ ସି ର ସମସ୍ତ ୧୨ କାଉନସିଲର ମଞ୍ଚାଶିନ ଥିଲେ।ପରେ ଏନ୍ ଏ ସି ତରଫରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ମଞ୍ଚ ପରିଚାଳନା କରିଥିଲେ ଚନ୍ଦ୍ର ଶେଖର ଆଚାରୀ ଶେଷରେ ଛୋଟ ଛୋଟ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।