ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ କାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ମାଁ ସୁରେଶ୍ୱରୀଙ୍କ ପୀଠରେ ଭୋର ସକାଳୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳୁଛି l ଏହି କାଳୀ ବେଶରେ ମାଁଙ୍କୁ ଦର୍ଶନ କଲେ କୋଟି ଜନ୍ମରୁ ମୁକ୍ତି ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି l

ଫଳରେ ଏହି ପୀଠକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଆ ଛୁଟୁଛି l ଆଜି ସାରା ରାଜ୍ୟର ସମସ୍ଥ ଶକ୍ତୀ ପିଠ ଗୁଡିକରେ ନବରାତ୍ର ପୂଜା ଆରମ୍ଭ ହେଉଛି l ଗତ କାଲି ମାଁ ଧବଳମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି କାଳୀ ବେଶରେ ଦର୍ଶନ ଦେଉଛନ୍ତି l ଏହି କାଳୀ ବେଶରେ ମାଁ ଙ୍କୁ ଦର୍ଶନ କରି ଭକ୍ତ ମଧ୍ୟ ଖୁସି ଅନୁଭବ କରୁଛନ୍ତି l