ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ପୋଲିସ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଫେରାଦ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏବଂ ସୋନପୁର ଥାନାରେ ଏତଲା ରଖିଲେ ନାହିଁ l ତେଣୁ ଆଜି ପୋଲିସ ବିରୋଧରେ ଏସପି ଙ୍କ ଠାରେ ହୋଇଛି ଅଭିଯୋଗ l

ଘଟଣା ଅନୁସାରେ ବିରମହାରାଜପୁର ର ମହିଳା ଆଇସା ଖାଟୁନ କିଛିଦିନ ତଳେ ନିଜ ବଡ଼ଭଉଣୀ ଘର ତରଭା ଅଞ୍ଚଳକୁ ଯାଇଥିଲେ l ସେଠାରେ ଭଉଣୀ ଘରେ ସୋଇଥିବା ବେଳେ ତାଙ୍କର ଟଙ୍କା ଚୋରି ହୋଇଥିଲା l

ଫଳରେ ଆଇସା ତରଭା ଥାନାରେ ଏତଲା ଦେବାରୁ ସେଠାରେ ଥିବା ପୋଲିସ ଅଧିକାରୀ ଏତଲା ରଖିନଥିଲେ l ଓଲଟି ଆଇସାଙ୍କ ଭେନୁଇଁ ତାଙ୍କୁ ଧମକ ଦେଇଥିଲେ l ପରେ ଆଇସା ସୋନପୁରରେ ମଧ୍ୟ ଏତଲା ଦେଇଥିଲେ ସେଠାରେ ମଧ୍ୟ ଏତଲା ରଖା ଯାଇନଥିଲା l ଏଣୁ ଆଜି ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି l ଆଗକୁ ପଦକ୍ଷେପ ନିଆ ନ ଗଲେ ଏସପି କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି କହିଛନ୍ତି ।