ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୋକାନ ରୁ ଟଙ୍କା ସହ ସମାଗ୍ରୀ ଚୋରୀ କରି ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି l ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁନାପାଲି ଗ୍ରାମରେ l ଶୁନାପାଲି ଭାଟି ରାସ୍ତା ରେ ଥିବା ହୁଆଲଦାର ଭୋଇଙ୍କ ଗ୍ରୋସରୀ ଦୋକାନ ରୁ ନଗଦ 40,000 ଟଙ୍କା, ପେଟ୍ରୋଲ ସହ ବିଭିନ୍ନ୍ ସମାଗ୍ରୀ ଲୁଟ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନା ରେ ଅଭିଯୋଗ ହୋଇଛି l

ସୂଚନା ଅନୁଯାୟୀ ଦୁଇଟି ବାଇକ ରେ ଚାରି ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୋକାନୀଙ୍କ ମୁଣ୍ଡ ରେ ବନ୍ଧୁକ ରଖି ଟଙ୍କା ବାକ୍ସ ଖୋଲି ନଗଦ ୪୦,୦୦୦  ଟଙ୍କା ସହ ଦୋକାନର ବିଭିନ୍ନ ସମାଗ୍ରୀ ଲୁଟି ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି l ଘଟଣା ସ୍ଥଳେ ବଲାଙ୍ଗିର ଜିଲା ର ପାଞ୍ଚ ଜଣିଆ ସାଇଣ୍ଟିଫିକ୍ ଟିମ ସହ ଡୁଙ୍ଗୁରିପାଲି ପୋଲିସ ପହଁଚି ଘଟଣା ର ତଦନ୍ତ କରୁଛି l