ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖମାର ଗ୍ରାମ ଲାଲ ବହାଦୁର କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅମ୍ରିଶ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ସନ୍ଧ୍ୟା କାଳୀନ ଉତ୍ସବର ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମେହେର ବୟନିକା ରାଜ୍ୟ ସଭାପତି, ସମ୍ମାନୀତ ଅତିଥିଭାବେ ଯଥାକ୍ରମେ ସମାଜସେବୀ ଓ ଶିକ୍ଷାବିତ କ୍ଷିର ସାଗର ବିଭାର, ମୀନକେତନ ମହାକୁର, ଦୁର୍ୟୋଧନ ମେହେର, ଡୋଳାମଣି ମେହେର, ଆଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ଶିଶୁ କଳାକାର ମାନଙ୍କୁ ମୁଖ୍ୟ ଅତିଥି ଏକ ହଜାର ଟଙ୍କା ପୁରସ୍କୃତ କରିଥିଲେ l ମଞ୍ଚରେ ଗ୍ରାମର ମଠ ଅନ୍ତେବାସୀ ୧୨  ଜଣଙ୍କୁ ବୟନିକା ତରଫରୁ ଶୀତ ବସ୍ତ୍ର,ବେଟସିଟ ଚାଦର ପ୍ରଦାନ, ସାହିତ୍ୟ ସ୍ରଷ୍ଟା ଗୋପୀନାଥ ସୁନାଙ୍କୁ ସମ୍ମାନୀତ କରିବା ସହ କଳାକାର ମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l

କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ତ୍ରିରଙ୍ଗା କ୍ଲବ ବରିଷ୍ଠ ସଦସ୍ୟ ଅନିଲ ମଲିକ, ରାଜେଶ ରଣା, ଜିତେନ୍ଦ୍ର ମେହେର, ଯଶୋବନ୍ତ ମଲିକ, ବିଶ୍ୱଜିତ ପାତ୍ର, ସଞ୍ଜୟ ମହାପାତ୍ର, କ୍ଲବ ସଦସ୍ୟ ହେମନ୍ତ ପଧାନ, ଉମାକାନ୍ତ ଭୋଇ, ସଂଜୀବ ସାହୁ ସହ ସମସ୍ତ ସଦସ୍ୟ ଯୋଗ ଦେଇଟଲ l ବାର୍ଷିକ ଉତ୍ସବ ରେ ଗ୍ରାମ ଓ ଅଞ୍ଚଳର ହଜାର ସଂଖ୍ୟାରେ ଉପସ୍ଥିତ ରହିଥିଲେ l ସଭାର ମଞ୍ଚ ପରିଚାଳନା ସଚ୍ଚିଦାନନ୍ଦ ମହାକୁର କରିଥିବା ବେଳେ କ୍ଲବ ସମ୍ପାଦକ ଗଦାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l