ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ )ରାଜ୍ୟ ବ୍ୟାପି ବିଜେପି ର ସଦସ୍ୟା ଅଭିଯାନ ଜରିରହିଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ଜାରି ରହିଛି ସଦସ୍ୟତା ଅଭିଯାନ । ଆଜି ବୌଦ୍ଧ ଜିଲ୍ଲା ତିଲେସ୍ୱର ର ପଞ୍ଚାୟତ ଅନ୍ତର୍ଗତ ତିଲେସ୍ୱର ହାଟ ନିକଟରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜନସାଧାରଣ ଙ୍କୁ ବିଜେପି ର ୧୦୦ଦିନ ର ସରକାର ରାଜ୍ୟରେ କରିଥିବା ବିକାଶ କୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ୧୦୦ରୁ ଉର୍ଦ୍ଧ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା ।
ଏହି ସଦସ୍ୟାତା କାର୍ଯ୍ୟକ୍ରମ ଉଭୟ ଅନଲାଇନ ଓ ଅଫଲାଇନ ମୋଡ ରେ ବିଜେପି ର କର୍ମକର୍ତ୍ତା ଜାରିରଖିଥିବା ବେଳେ ଆଗାମୀ ଦିନରେ ଗାଁ ସ୍ତରରେ ବିଜେପି କିଭଳି ସକ୍ରିୟ ଭୂମିକା ଗ୍ରହଣ କରିବ ସେ ଦିଗ ପ୍ରତି ଧ୍ୟାନ ଦେଉଛି କର୍ମକର୍ତ୍ତା । ଏହି କାର୍ଯ୍ୟକ୍ରମ ରେ ବିଜେପି ର ଯୁବ ମୋର୍ଚ୍ଚା ସଂଯୋଜକ ବାଲ୍ମୀକି ମହାକୁଡ଼, ସରକାରୀ ଦଳ ମୁଖ୍ୟ ସଚେତକ ଙ୍କ ପଲିଟିକାଲ ଆସିଷ୍ଟାଣ୍ଟ ଧିରେନ ପ୍ରଧାନ, ସଦସ୍ୟତା ପ୍ରମୁଖ କୃଷ୍ଣ ମିଶ୍ର, ପୁରୁଣାକଟକ ମଣ୍ଡଳ ସଭାପତି ବାମନ ବାରିକ, ବିକ୍ରମ ପ୍ରଧାନ, ସୁବ୍ରତ ପ୍ରଧାନ ପ୍ରମୁଖ
ଯୋଗ ଦେଇଥିଲେ ।