କାଶୀପୁର(ଅଞ୍ଜନ କୁମାର ନାଏକ)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଦଶହରା ଉପଲକ୍ଷେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଦଶହରା ପାଳନ ନିମନ୍ତେ ଶାନ୍ତି  ଯାତ୍ରା ତଥା ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ପୋଲିସ ଥାନା ପକ୍ଷରୁ କାଶୀପୁର ସଦର ଠାରେ ନିକଟ ଜଗନ୍ନାଥ ମନ୍ଦିର ଠାରୁ ଆଇଫାଡ଼ ଛକ ପର୍ଯ୍ୟନ୍ତ ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ କରାଯାଇଥିଲା।

ଚଳିତ ଦଶହରା ପୂଜାରେ ଯେମିତି କାଶୀପୁର ତଥା ଅଞ୍ଚଳ ବାସୀ ଶାନ୍ତି ଶୃଙ୍ଖଳା ର ସହ ଏବଂ ଭାଇଚାରା ବଜାୟ ରଖି ଦଶହରା ଉତ୍ସବ ପାଳନ କରିବେ। କୌଣସି ଅପ୍ରୀତିକର କାର୍ଯ୍ୟ ଯାହା ଆଇନକୁ ଭଙ୍ଗ କରି ସାଧାରଣ ଜନସାଧାରଣଙ୍କ ଏବଂ ସରକାରୀ ସମ୍ପତିର କ୍ଷୟକ୍ଷତି ନ କରନ୍ତି। ଆଇନ ବିରୋଧୀ ଅନ୍ତର୍ଭୁକ୍ତ କାର୍ଯ୍ୟକଳାପ ଦଶହରା ଯାତ୍ରା ସମୟରେ କିମ୍ବା ଭକ୍ତ ସମାଗମ ଠାରେ ଉପଦ୍ରଵଙ୍କ ଦ୍ଵାରା ନ ଉପୁଜେ ଏହି ଭଳି ବାର୍ତ୍ତା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ ଉକ୍ତ ଶାନ୍ତି ବାର୍ତ୍ତା ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଜରାଯାଇଥିଲା।

ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ଟି କାଶୀପୁର ଥାନା ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକଶ ନାଏକଙ୍କ ତତ୍ୱାବଧାନ ରେ ଆୟୋଜନ ହୋଇଥିବା ବେଳେ, ସବ-ଇନିସ୍ପେକ୍ଟର ବିକାଶ ପାଟେଲ, ସୁବ-ଇନ୍ସପେକ୍ଟର ହେମା ଶବର, ASI ରୁଦ୍ରଦେବ ନାଏକ, ASI ସମଦତ ପ୍ରଧାନଙ୍କ ସମେତ କନେଷ୍ଟବଲ ବଳ ସହ IRB ଯବାନ ମାନେ ସାମିଲ  ହୋଇଥିଲେ।