ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ସୋମବାର ଦିନ ହରଭଙ୍ଗା ବ୍ଲକ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ସୁବ୍ରତ ପଣ୍ଡା, ଜିଲ୍ଲା ଆରକ୍ଷୀଅଧିକ୍ଷକ ଦେବରାଜ ନାଗୋର କୋଣ୍ଡା, ଙ୍କ ଉପସ୍ଥିତି ରେ ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ମୋଟ ୨୧୮ ଜଣ ଅଭିଯୋଗ କାରି ସମସ୍ୟା ଉପରେ ଅଭିଯୋଗ କରିଥିଲେ। ସେଥିମଧ୍ୟରୁ ବ୍ୟକ୍ତିଗତ ୨୦୯ ଓ ସାମୁହିକ ୯ ଗୋଟି ଅଭିଯୋଗ ଆସିଥିଲା।
୨୧୮ ଅଭିଯୋଗ ରୁ ତତ୍କାଲିତ ୧୪୬ ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ ହୋଇଥିବା ବେଳେ ଦୁଇଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଏ ସାଇକେଲ ଦୁଇଜଣ ଙ୍କୁ ରେଡକ୍ରସ ଓ ଦୁଇଜଣ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ସମୁଦାୟ ୧୪ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଅନ୍ୟପଟେ ଶିବିର ପରିସର ଭିତରେ ଅଭିଯୋଗ କରି ଆସୁଥିବା ହିତାଧିକାରୀ ଙ୍କ ସୁବିଧା ଦୃଷ୍ଟି ରୁ ନୂତନ ସରକାର ଙ୍କ ନିର୍ଦ୍ଧେଶ ରେ ଏଣିକି ପ୍ରତ୍ୟକ ମାସ ଜନ ଅଭିଯୋଗ ଶୁଣାଣି ସହିତ ବୟସଧିକ ବୃଦ୍ଧ ବୃଦ୍ଧା ଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ଶୁଭାରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଶରତ ଚନ୍ଦ୍ର ସେଠି, ତହସିଲଦାର ବିଭୁ ପ୍ରସାଦ ସିଂ ଙ୍କ ସମେତ ବ୍ଲକ ଓ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।