କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ସ୍ଥିତ ଓଏଭି ବିଦ୍ୟାଳୟ ପରିସର ମଧ୍ୟରେ କାଶୀପୁର ବନାଞ୍ଚଳ ପକ୍ଷରୁ ୭୦ତମ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହେଇଯାଇଛି ।
କାର୍ଯ୍ୟକ୍ରମ ରେ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ପଟୁଆର ରେ ପୋଷ୍ଟେର ବେନର ଓ ବିଭିନ୍ନ ନାରା ରେ କାଶୀପୁର ସହର ପରିକ୍ରମା କରଯାଇଥିଲା । ପରବର୍ତ୍ତୀ ସମୟରେ ଓଏଭି ବିଦ୍ୟାଳୟ ରେ ବକ୍ତୃତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ,ଓଏଭି ବିଦ୍ୟାଳୟ ର ଉପାଧକ୍ଷ ମନ ରଞ୍ଜନ ଧଳ ଓ ଜୟନ୍ତ ବୁଡ଼େକ ମଞ୍ଚସିନ ରହିଥିବାବେଳେ ବକୃତ୍ୱ ର ବିଷୟବସ୍ତୁ ଥିଲା ବନ୍ୟଜନ୍ତୁ ଙ୍କର ସାମ୍ପ୍ରତିକ ସ୍ଥିତି ପୁଣି ଭବିଷ୍ୟତ ରେ ଏମାନଙ୍କ ସୁରକ୍ଷା କୁ ଉପରେ ନେଇ କାଶୀପୁର ଓଏଭି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ବକୃତ୍ୱ ପ୍ରତିଯୋଗିତା କରାଯାଇଥିଲା । ପୁଣି କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମ କୁ ଓଏଭି ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବନାଞ୍ଚଳ କାର୍ଯ୍ୟାଳୟ ମଧ୍ୟରୁବଳରାମ କାଡ୍ରାକା ଫୋରେଷ୍ଟର ମାଣ୍ଡିବିଶି, ଦୀନବନ୍ଧୁ ଶବର ଫରେଷ୍ଟର କାଶୀପୁର, ସୁରେଶ ମିଶ୍ର ଫୋରେଷ୍ଟର ଶୁଙ୍ଗେର ଓ ଫୋରେଷ୍ଟ ଗାର୍ଡ ଓ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।