ଟିଟିଲାଗଡ଼ – (ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଭାଟିପଡା ଠାରେ ମେଘା ଗ୍ୟାସ ପ୍ଲାଣ୍ଟ ପାଇଁ ନଭେମ୍ବର ୨୦୨୨ ମସିହାରେ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ଲାଣ୍ଟ ଆରମ୍ଭ ହେଵା ସମୟରେ ଟିଟିଲାଗଡ଼ର ଜୈନିକ ଠିକାଦାର ବୁଲ ବୁଲ ମେହେର ପ୍ରୋଜେକ୍ଟ ୱାର୍କ ପାଇଁ ଠିକା ପାଇଥିଲେ। ଜାନୁଆରୀ ୨୦୨୪  ଯାଏଁ କାମ ଚାଲିଲା, କାମ ସମୟ ସୀମା ଭିତରେ ସମ୍ପୂର୍ଣ୍ଣ ହେଲା। କାମ ସଂପୂର୍ଣ୍ଣ ହେବାର ଏକ ମାସ ଭିତରେ ବିଲ ପେମେଣ୍ଟ ହେବା କଥା, କିନ୍ତୁ ପରିତାପର ବିଷୟ ସଦାବେଳେ ମାସ ମାସ ଧରି ବକେୟା ବିଲ ପେଣ୍ଡି ରଖି ଆହୁରି କାମ କରାଉଥିଲେ।

ବିଲ ପେମେଣ୍ଟ କରାଇବା ଆଳରେ ବାରମ୍ବାର ହାଇଦ୍ରାବାଦ ଅଫିସକୁ ଡ।କୁଥିଲେ କିନ୍ତୁ ପେମେଣ୍ଟ ଦେଲେ ନାହିଁ। ଇତି ମଧ୍ୟରେ ନ ମାସ ବିତି ଯାଇଥିଲେ ହେଁ ବିଲ ବାବଦକୁ 66ଲକ୍ଷ୍ୟ ଟଙ୍କା ଜାମ କରିଛନ୍ତି। ଯଦ୍ୱାରା କାମ କରୁଥିବା ସୁପର ଭାଇଜର, ଶ୍ରମିକ ତଥା ଉଧାର ଆଣି ଥିବା ବ୍ୟବସାୟୀଙ୍କୁ ପେମେଣ୍ଟ କରିବାରେ ବହୁତ ଅସୁବିଧା ହେଉଛି। ପ୍ଲାଣ୍ଟ ବିଲ ଟଙ୍କା ନ ଦେବାରୁ ସେପ୍ଟେମ୍ବର ୧୪  ତାରିଖ ଦିନ ଭାଟି ପଡ଼ା ଦାର୍ଲୋ ରାସ୍ତା ଅବରୋଧ କରି ବସିଥିବା ବେଳେ ଟିଟିଲାଗଡ଼ ପୋଲିସ ହସ୍ତକ୍ଷେପ କରି ପ୍ଲାଣ୍ଟ କର୍ମଚାରୀଙ୍କ ସହ ଲେଖା ପଢା କରି ତିନି ଚାରି ଦିନ ମଧ୍ୟରେ ବିଲ ପେମେଣ୍ଟ କରାଯିବ ବୋଲି କହିଥିଲେ, ପରିତାପର ବିଷୟ ଯେ ୨୦ /ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ କମ୍ପାନୀ ପକ୍ଷରୁ କେବଳ ତାରିଖ ଦିଆ ଯାଉଛି

କିନ୍ତୁ ପେମେଣ୍ଟ ମିଳୁ ନ ଥିବାରୁ ସୋମବାର ସକାଳୁ ୯ ଟା ସମୟରୁ ଠିକାଦାର ବୁଲ ବୁଲ ମେହେର, ସୁପର ଭାଇଜର ଚୌଧୁରୀ ନାଗ, ମନୋଜ ମାଝୀ, ବିଜୟ ବାଗଙ୍କ ସମେତ କାମ କରି ଟଙ୍କା ପାଇ ନ ଥିବା ଶ୍ରମିକ ମାନେ କମ୍ପାନୀ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଟଙ୍କା ନ ମିଳିଲା ଯାଏଁ ଏହି ଅନଶନରେ ବସିବୁ ତା ପାଇଁ ଆମ ଜିବନ ଗଲେ ବି ଯାଉ ବୋଲି ଶ୍ରୀ ମେହେର କହିଛନ୍ତି।