ସୁବର୍ଣ୍ଣପୁର(ଅଜିତ କୁମାର ପୁଜାହାରୀ)ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ। ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଦେବରଞ୍ଜନ ତ୍ରିପାଠୀ ନାମକ ଠିକାଦାରଙ୍କ ବକେୟା ବିଲ କରିବା ପାଇଁ ସେ ଡିମାଣ୍ଡ କରିଥିବା ୪୬ ହଜାର ଟଙ୍କା ନେବାବେଳେ ନିଜ କାର୍ଯ୍ୟାଳୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ।

ସମ୍ୱଲପୁର ଭିଜିଲାନ୍ସ ନିର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଥିବାବେଳେ ବର୍ତ୍ତମାନ କାର୍ଯ୍ୟାଳୟ, ସରକାରୀ ବାସ ଭବନ , ପୁରୀ ଓ ଭୁବନେଶ୍ୱର ଶଇଳ ଶ୍ରୀ ବିହାର ଆଦି ଘରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।