ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ l କାରଣ ଅସ୍ପଷ୍ଟ l ମୂମୂର୍ଷୁ ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ l ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ସଦେଇପୂର ଗାଁ ର କିଶାନ୍ ବାଦୀଙ୍କ ଝିଅ ପ୍ରମୋଦିନି ବାଦି ବୋଲି ଜଣା ପଡିଛି l ସୂଚନା ଆନୁସରେ ଆଜି ସକାଳୁ ଧୀବରମାନେ ଡଙ୍ଗା ସାହାଯ୍ୟରେ ମାଛ ମାରୁଥିବାବେଲେ ଜଣେ ଯୁବତୀ ଭାସି ଆସୁଥିବା ଦେଖିବାକୁ ପାଇଥିଲେ l

ସେମାନେ ତାକୁ ଉଦ୍ଧାର କରି ତୁରନ୍ତ ୧୧୨ କୁ ସୂଚନା ଦେଇଥିଲେ l ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି PCR ଭ୍ୟାନ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଯୁବତୀ ଜଣକ କଥା କହି ପାରୁ ନାହାଁନ୍ତି l ତାଙ୍କ ଛାତିରେ ମାଡ଼ ହୋଇଥିବା ଅନୁମାନ କରାଯାଉଛି l ତେବେ ଜରୁରୀକାଳୀନ ୱାର୍ଡ ରେ ଭର୍ତ୍ତି କରି ଚିକିତ୍ସା ଚାଲିଛି l ଯୁବତୀ ଜଣ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡ଼ି ନାହିଁ l ପୋଲିସ ପରିବାର ଲୋକକୁ ଖବର ଦେବା ସହିତ ଅଧିକ ତଦନ୍ତ ଜାରି ରଖିଛି l