ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).. ପୁଣି ଦାନ ମlଝିର ଘଟଣା ବୌଦ୍ଧ ଜିଲ୍ଲା ରେ ପୁନରାବୃତ୍ତି ହୋଇଛି l ଶବ ବୁହା ଗାଡି ନ ମିଳିବାରୁ ଶବକୁ କାନ୍ଧରେ ବୁହାହେଲା l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେ । ସୂଚନା ମତେ ପୁରୁଣାକଟକ ଥାନା ପୁରୁଣାକଟକ ଇନ୍ଦିରା କଲୋନୀ ସାହିର ରବି ନାୟକଙ୍କ ଦେହ ହଟାତ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ନିକଟସ୍ଥ ପୁରୁଣାକଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ମୃତକ ରବି ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ଚିକତ୍ସା ଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ଶବକୁ ନେବା ପାଇଁ ମହାପ୍ରଣାୟ ଗାଡ଼ିର ସାହାଯ୍ୟ ଲୋଡ଼ିଥିଲେ ମଧ୍ୟ ଗାଡ଼ି ମିଳିପାରିନଥିବାରୁ ପରିବାର ଲୋକ ବାଧ୍ୟ ହୋଇ ଶବକୁ କାନ୍ଧରେ ବୋହି ଦୁଇ କିଲୋମିଟର ପର୍ଯ୍ୟନ୍ତ ନିଜ ଘର ଇନ୍ଦିରା କଲୋନୀ କୁ ବୋହି ଆଣିଥିଲେ। ଯେଉଁ ଦୃଶ୍ୟ ଦାନ ମଝିର ପୁନରାବୃତ୍ତି ହୋଇଛି ବୌଦ୍ଧ ଜିଲ୍ଲା ରେ l

ପରେ ଶବକୁ ଘରେ ରଖିଲା ପରେ ମୃତ ବ୍ୟକ୍ତି ପରିସ୍ରା କରିବା ହାତ ହଲିବା ଦେଖି ପରିବାର ଲୋକେ ପୁନର୍ବାର ଆମ୍ବୁଲାନ୍ସ ଯୋଗେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ପୁନଃ ମୃତ ଘୋଷଣା କରିଥିଲେ। ଶବକୁ କାନ୍ଧ ରେ ବୋହି ବଜାର ମଧ୍ୟରେ ଦୁଇ ଦୁଇ ଥର ବୋହିକି ନେବା, ମେଡିକାଲ ପକ୍ଷରୁ ମହାପ୍ରଣୟ ଗାଡ଼ି ନ ମିଳିବା, ଅନ୍ୟପଟେ ପରିବାର ଲୋକେ ଶବକୁ ଜୀବିତ ଭାବି ବାରମ୍ବାର ମେଡିକାଲ ନେବା ଆଣିବା ଏଭଳି ଘଟଣା ଅଞ୍ଚଳ ରେ ବୁଦ୍ଧିଜୀବୀ ଓ ଜନ ସାଧାରଣ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଘଟଣା କୁ ନେଇ ପୁରୁଣାକଟକ ମେଡିକାଲର ଡାକ୍ତର, ପାରାମାଣିକ ଙ୍କୁ ପଚାରିବାରୁ ମୃତ ବ୍ୟକ୍ତି ଙ୍କ ର ଅବସ୍ଥା ସଂକତାପନ୍ନ ଥିଲା ଏବଂ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏବଂ ପରିବାର ଲୋକଙ୍କ ସହମତି ରେ ଶବକୁ ହସ୍ତାନ୍ତର କରାଯାଇଥିଲା। ପୁନଃ ପରିବାର ଲୋକ ରବି ନାୟକ ଜୀବିତ ଥିବା ଭାବି ଭ୍ରମିତ ଅବସ୍ଥାରେ ମେଡିକାଲ ଆଣିଥିବା ଅନ୍ୟ ପଟେ ଚର୍ଚ୍ଚା ହେଉଛି