ବୌଦ୍ଧ –( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଅଚାନକ ବୌଦ୍ଧ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ଆହାର କେନ୍ଦ୍ରରେ ପହଂଚି ଜିଲ୍ଲାପାଳ ଶ୍ରୀ ପଣ୍ଡା ଲୋକଙ୍କୁ 5 ଟଙ୍କାରେ ଦିଆ ଯାଉଥିବା ଖାଦ୍ୟର ମାନ ପରୀକ୍ଷା କରିଥିଲେ | ଆବଶ୍ୟକ ସ୍ଥଳେ ଖାଦ୍ୟର ପରିମାଣ ବ୍ରୁଦ୍ଧି କରି ପ୍ରତିଦିନ 500 ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ବିଜ୍ଞl ପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ | ସେହିପରି ଜିଲ୍ଲାପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ମଧ୍ୟ ପରିଦର୍ଶନ କରିଥିଲେ |

ବିଭିନ୍ନ ଶ୍ରେଣୀ କକ୍ଷ , ଲାଇବ୍ରେରୀ ପରିଦର୍ଶନ କରି ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ | ବିଦ୍ୟାଳୟର ମଧ୍ୟାନ୍ନ ଭୋଜନର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ | ସରକାର ଙ୍କ ବିଭିନ୍ନ ଯୋଜନl ରେ ଛାତ୍ରୀ ମାନେ ଉପକୃତ ହୋଇ ପାରୁଛନ୍ତି କି ନାହିଁ ସେ ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ପଚାରି ବୁଝିଥିଲେ lପରେ ଜିଲ୍ଲାପାଳ ବୌଦ୍ଧ ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ରାଜସ୍ୱ ବିଭାଗ ସମ୍ୱନ୍ଧୀୟ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରିଥିଲେ |