ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ର ଉଦୟ ନଗର ଆଶା ନର୍ସିଂ ହୋମ ସମ୍ମୁଖ ମୁଖ୍ୟ ରାସ୍ତା ରେ ଗତ ୬ ତାରିଖ ରାତି ରେ ଚୋରି ହୋଇଥିବା ଟ୍ରକ୍ ର ତଦନ୍ତ କୁ ତ୍ଵରାନିତ କରିବାକୁ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଙ୍କୁ ଭେଟି ଲିଖିତ ଅନୁରୋଧ କଲେ ସୋନପୁର ଟ୍ରକ୍ ମାଲିକ ସଂଘ l ଦୀର୍ଘ ୩ ଦିନ ବିତି ଯାଇଛି CCTV ଆଧାର ରେ ଟ୍ରକ୍ ବିନିକା ପଟକୁ ଯାଇଥିବା ଖବର ପାଇବା ପରେ ଅଧିକ ତଦନ୍ତ ରେ ପୋଲିସ ଅଧିକାରୀ ବିଳମ୍ୱ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରକ୍ ମାଲିକ ସଂଘ l

ଟ୍ରକ ମାଲିକ ସଙ୍ଘ ସଭାପତି ଭାସ୍କର ଦାସ, ସମ୍ପାଦକ ଶମାରୁ ସାହୁ ଙ୍କ ସହିତ ସୂନୁ ସାହୁ, ସମୀର ଅଗ୍ରୱାଲ, ଗୋପାଲ ଅଗ୍ରୱାଲ, ସଞ୍ଜୟ ଗୁପ୍ତା ପ୍ରମୁଖ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଲିଖିତ ଅନୁରୋଧ କରି ତଦନ୍ତ କୁ ତ୍ଵରାନିତ କରି ସଂଜିତ ମହଣା ଙ୍କ ଗାଡ଼ି ନମ୍ବର OD 15 G 3868 ଟ୍ରକ୍ କୁ ଶୀଘ୍ର ଖୋଜି ବାହାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ ରଖିଛନ୍ତି l ସୋନପୁର ଥାନା ରେ ଏନେଇ 0316 ନମ୍ବର ରେ ରୁଜୁ ହୋଇଛି l