ଜାତୀୟ ରାଜପଥ ଅବରୋଧ, ଲିଖିତ ପ୍ରତିଶୃତି ପରେ ସ୍ୱାଭାବିକ ହେଲା ରାସ୍ତା
ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଦଶହରାରେ ଖୋର୍ଦ୍ଧା ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟି କୁ ପିଟିଲା କାର, ସ୍କୁଟି ଚାଳକ ମୃତ,କାର ଚାଲାକ ଆହତ lଜାତୀୟ ରାଜପଥ ଅବରୋଧ l ଉଭୟ ପାର୍ଶ୍ଵରେ ଅଟକି ରହିଛି ସହ ସହ ଯାନବାହନ । ସ୍କୁଟି ଚଳାକ ଉପରେ ଚଢାଇ ବିଦ୍ୟୁତ୍ ଖୁମ୍ବକୁ ଧକ୍କାଦେଲ କାର। ମୃତକ ଜଣକ ହେଲେ ଆଡେଣିଗଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ । ସୂଚନା ଅନୁଯାଇ ଆଜି ଖୋର୍ଦ୍ଧା -ବଲାଙ୍ଗୀର 57 ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେଣିଗଡ଼ ଗଣେଶ ବଜାର ଛକରେ ଭୁବନେଶ୍ୱର ପଟୁ ଆସୁଥିବା (24BH2521E)ଏକ କାର (OD 27D1757)ନଂ ଥିବା ସ୍କୁଟି କୁ ଧକ୍କା ଦେଇଥିଲା ଫଳରରେ ସ୍କୁଟି ଚାଲାକ ଙ୍କ ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ ।

ମୃତ୍ୟୁ କୁ ନେଇ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ପାଇଁ ରାଜ ରାସ୍ତାରେ ମୃତ୍ୟୁ ଶବ ରଖି ଅବରୋଧ କରିଥିଲେ l ରାସ୍ତା ଅବରୋଧ ହେବା ଫଳରେ ରାଜ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଗାଡି ମଟର ଅଟକି ରହିଥିଲା lଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଭିଡକୁ ହଟାଇବାରେ ଚେଷ୍ଟା କରିଥିଲେ l ଅନ୍ୟପଟେ ଖବର ପାଇ ଘଟଣା ସ୍ଥଳରେ ହରଭଙ୍ଗା ବିଡ଼ିଓ, ଅତିରିକ୍ତ ତହସିଲଦାର, ପୁରୁଣାକଟକ ଥାନା ଅଧିକାରୀ, ଜାତୀୟ ରାଜପଥ ଏସ ଡି ଓ ପହଂଚି ପରିବାର ଓ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ l 48ଘଣ୍ଟା ଭିତରେ ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥଳରେ ହମ୍ପ, ଗ୍ରାମ ପାର୍ଶ୍ଵ ରେ ରେଳ ବିଭାଗ ରେ କାର୍ଯ୍ୟରତ ଜି ଆର ଠିକା ସଂସ୍ଥା କୁ ଧୂଳି ନ ଉଡିବା ପାଇଁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ରାସ୍ତା ଉପରେ ପାଣି ପକାଇବା ପାଇଁ ତାଗିଦ, ମୃତକ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା ଓ ସୋଭାବିକ ହୋଇଥିଲା l