ଧର୍ମଗଡ଼ ତା ୧୬/୧୦/୨୪ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟତା ଅଭିଯାନ ପ୍ରସ୍ତୁତି ବୈଠକ ହୋଟେଲ ରାଜ ସଭା ଗୃହ ଠାରେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି ଓ ଧନଞ୍ଜୟ ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଲ କିଶୋର ପୋଡ଼ ଓ ଜୟ ଶଙ୍କର ନାଏକ ପୂର୍ବତନ ଜିଲ୍ଳା ଉପସଭାପତି ଶିଶୁ ଦେବ ମୁଣ୍ଡ, ଜୁନାଗଡ଼ ନଗର ପାଲ ମୁକେଶ ଅଗ୍ରୱାଲ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ମଞ୍ଚାସିନ ଥିଲେ।

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ଉପସ୍ଥିତ ଥିବା ସମସ୍ତ କର୍ମୀ ଙ୍କୁ ଉକ୍ତ ବୈଠକରେ ଯୋଗ ଦେଇଥିଵା ମୁଖ୍ୟା ଅତିଥି ମାନେ କେନ୍ଦ୍ର ରେ ଶାସନ କରୁଥିବା ନରେନ୍ଦ୍ର ମୋଦୀ ଙ୍କ ସରକାରଙ୍କ ଏଵଂ ରାଜ୍ୟ ରେ ଶାସନ କରୁଥିବା ମେହନ ଚରଣ ମାଝୀ ଙ୍କ ସରକାରଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଵହୁ ସଦସ୍ୟ ସଂଗ୍ରହ କରିବା ପାଇଁ ଉକ୍ତ ସକ୍ରିୟ ସଦସ୍ୟତା ଅଭିଯାନ ବୈଠକରେ ଯୋଗ ଦେଇଥିଵା ମୁଖ୍ୟା ଅତିଥି ମାନେ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଉକ୍ତ ବୈଠକ କୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଦସ୍ୟ ସଂଗ୍ରହ ଅଭିଯାନ ରେ ଦାଇତ୍ୱ ନେଇଥିବା ଅପ୍ରେସ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ ବେଳେ ମଞ୍ଚାସିନ ଥିବା ମୁଖ୍ୟ ଅତିଥି ଙ୍କୁ ବଲାଙ୍ଗୀର ଜିଲ୍ଳା ଯୁବ ମୂର୍ଚ୍ଛା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ