ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ଭକ୍ତି ଏବଂ ଭାବନା ର ଅପୂର୍ବ ସମାହୋର ହେଉଛି ବୌଦ୍ଧ ଜିଲ୍ଲାର ଭୈରବୀ ମହୋତ୍ସବ । ବୌଦ୍ଧ ଜିଲ୍ଲା ର ଇଷ୍ଟ ଦେବୀ ମା ଭୈରବୀ ଙ୍କ ନାମ ରେ ନାମିତ ଭୈରବୀ ମହୋତ୍ସବ । ଚଳିତ ବର୍ଷ ନଭେମ୍ବର ମାସ ୨୯ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଭୈରବୀ ମହୋତ୍ସବ । ମହୋତ୍ସବ ପାଇଁ ଆଜି ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଶୁଭଖୁଣ୍ଟି ସ୍ଥାପନ କରିଛନ୍ତି । ଚଳିତ ବର୍ଷ ମହୋତ୍ସବ ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି ହେବାକୁ ଲକ୍ଷ ରଖାଯାଇଛି।

ମହୋତ୍ସବ ରେ ପ୍ରତିଦିନ ଜିଲ୍ଲା ଓ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ସଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ପଲ୍ଲିଶ୍ରୀ ମେଳା ଓ ବାଣିଜ୍ୟ ମେଳା ର ମଜା ନେବା ସହ ବିଭିନ୍ନ ସାମଗ୍ରୀ କିଣି ପାରିବେ ଦର୍ଶକ । ଅନ୍ୟପଟେ ଭୈରବୀ ମହୋତ୍ସବ ବିଗତ ୩ବର୍ଷ ମଧ୍ୟରେ ବ୍ଲକ ସ୍ତରୀୟ ମହୋତ୍ସବ ରୁ ଜିଲ୍ଲା ସ୍ତରୀୟ ମହୋତ୍ସବ ରେ ପରିଣତ ହୋଇଛି । ତେଣୁ ଆଗାମୀ ଦିନ ରେ ଏହି ମହୋତ୍ସବ ରାଜ୍ୟସ୍ତରୀୟ ମହୋତ୍ସବ ରେ ପରିଣତ ହେବ ବୋଲି ବୌଦ୍ଧ ବିଧାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଭୈରବୀ ମହୋତ୍ସବ କମିଟି ର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।