କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଗୋଡ଼ିବାଲି ପଞ୍ଚାୟତ ବନ୍ଧ ମାଣ୍ଡି କଲୋନୀ ନିବାସୀ ଜଣେ ଯୁବକ ମଙ୍ଗଳବାର ଦିନ ନିକଟରେ ଥିବା ଏକ ଜଙ୍ଗଲ ରେ ଜାଳେଣିକାଠ ସଂଗ୍ରହ କରୁଥିବା ବେଳେ ହାତଥ ଜଙ୍ଗଲି ମହୁମାଛି ଆକ୍ରମଣ ଦ୍ୱାରା ଗୁରୁତର ହେଇଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚିକିତ୍ସିତ ହେଉଥିବା ଅବସ୍ଥାରେ ଆଜି ରାୟଗଡା ତାଙ୍କର ମୃତ୍ୟୁ ହେଇଯାଇଥିବା ଜଣାପଡ଼ିଛି ।

ସୂଚନା ପ୍ରକାରେ ଉକ୍ତ ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଗୋଡିବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବନ୍ଧମାଣ୍ଡି କଲୋନୀ ନିବାସୀ ସ୍ବର୍ଗତ ଘସିରାମ ଝୋଡ଼ିଆ ଙ୍କର ସାନ ପୁଅ ସୁରେନ୍ଦ୍ର ଝୋଡ଼ିଆ (୪୫) । ସେ ମଙ୍ଗଳବାର ସକାଳେ ଗାଁ ନିକଟ ରେ ଥିବା ଏକ ଜଙ୍ଗଲ କୁ ଜାଳେଣି ସଂଗ୍ରହ ପାଇଁ ଯାଇଥିଲେ । ହେଲେ ହାତଥ କୌଣସି କାରଣରୁ ସେଠାରେ ତାଙ୍କୁ ଜଙ୍ଗଲ ରେ ଥିବା ମହୁମାଛି ସଙ୍ଗବୋଧ ଭାବେ ଆକ୍ରମଣ କରିଥିଲେ । ସେଠାରେ ସେ କୌଣସି ପ୍ରକାରେ ନିଜକୁ ବଞ୍ଚାଇ ପ୍ରାଣ ବ୍ୟାକୁଳ ରେ ଘରକୁ ଦୌଡ଼ି ଆସିଯାଇଥିଲେ। ପରିବାର ଲୋକ ଖବର ପାଇ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ନିକଟସ୍ଥ ସିକରପାଇ ପ୍ରାଥମିକ ଚିକିତ୍ସାଲୟ ରେ ଭର୍ତି କରିଥିଲେ ।

ସେଠାରେ ସ୍ଥିତି ଗମ୍ଭିର ହେଇଯିବା ଫଳରେ ପୁନର୍ବାର ତାଙ୍କୁ ରାୟଗଡା ସ୍ଥିତ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସା ହେଉଥିବା ବେଳେ ଆଜି ପ୍ରାତଃ ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା କୁ ନେଇ ମୃତ ସୁରେନ୍ଦ୍ର ଙ୍କର ବଡ଼ ଭାଇ ପୁରନ୍ଦର ଝୋଡ଼ିଆ ଆଜି କାଶୀପୁର ଥାନାରେ ସାନଭାଇ ର ବ୍ୟବଚ୍ଛେଦ ପୁଣି ହସ୍ତାନ୍ତର ସମ୍ପର୍କରେ ଲିଖିତ ଅନୁରୋଧ ପରେ କାଶୀପୁର ଥାନା ପକ୍ଷରୁ ଏ ଏସ ଆଇ ସମଦତା ପ୍ରଧାନ ଙ୍କ ଉପସ୍ଥିତି ରେ ରାୟଗଡା ରେ ହିଁ ବ୍ୟବଚ୍ଛେଦ କରାଯାଇ ଅପହରାହ୍ନ ପ୍ରାୟ ୪ ଟା ସମୟରେ ବ୍ୟବଚ୍ଛେଦ ହେଇଥିବା ଉକ୍ତ ଶରୀର କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ଗାଁ ରେ ସକାକୁଳ ପରିବେଶ ସୃଷ୍ଟି ହେଇଥିବାବେଳେ ସୁରେନ୍ଦ୍ର ଝୋଡ଼ିଆ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀ ର ତେଣୁ ପରିବାର ଭରଣପୋଷଣ ପାଇଁ ସରକାର ପକ୍ଷରୁ ଆର୍ଥିକ ସହାୟତା ଦାବି ହେଉଛି ।