ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର ବିଭିନ୍ନ ମାହେଶ୍ୱରୀ ମନ୍ଦିର ଓ ପୀଠ ମାନଙ୍କରେ ଡ଼ୁମାଳ ଜାତିର ଇଷ୍ଟଦେବୀ ମା ମାହେଶ୍ୱରୀଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ଜିଲ୍ଲାର ବାମଣ୍ଡା, ବଳାକିରା, ବାଉଁଶୁଣୀ, ଜୁରାମୁଣ୍ଡା, ବଡ଼ ଝାରକଟା, କୁତୁକୁର, ମାଝୀସାହି,ବଉଲସିଙ୍ଗା, ବିଳାସପୁର, ବଡ଼ଦେହେରିପାଳି, ପଲସାଗୋରା, ମଥୁରା, ଚମ୍ପାମାଳି, ପୁରୁଣାକଟକ, ଧଳପୁର ସହିତ ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ପୂଜାର୍ଚ୍ଚନା ପରେ ମହାସମାରୋହରେ ପାଳିତ ହୋଇଥିଲା l ଦେହେରୀ ଭାବେ ଅରୁଣ କୁମାର ମେଣ୍ଡିଲି,ଶିଶିର କୁମାର କଳତା, ପୁରୁଷୋତ୍ତମ ମହାକୁଡ଼ ଓ ବିକ୍ରମ ମହାକୁଡ଼ ପ୍ରମୁଖ ତୁଲାଇଥିଲେ l

ଏହି ଅବସରରେ ପୂଜାର୍ଚ୍ଚନା ସ୍ଥଳୀରୁ ଏକ ଶୋଭାଯାତ୍ରାରେ ଅତିଥି ମାନଙ୍କୁ ଜଗତି ହନୁମାନ ପିଠକୁ ପାଛୋଟି ନେଇଥିଲେ l ଏହି ଅବସରରେ ବାର୍ଷିକ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଆୟୋଜନ ହୋଇଥିଲା l ଜଗତି କେନ୍ଦ୍ରର ସଭାପତି ବିଶିକେଶନ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ପାଠ ସହିତ ସଭା ସଂଯୋଜନା କରିଥିବାବେଳେ ସହ ସମ୍ପାଦକ ଦୀନବନ୍ଧୁ ପ୍ରଧାନ ଅତିଥିଙ୍କୁ ସ୍ୱାଗତ କରିଥିଲେ l ବିଭିନ୍ନ ଆଲୋଚନାରେ ସନ୍ତୋଷ କୁମାର କର୍ଣ୍ଣ, ସୌମିତ୍ରୀ କର୍ଣ୍ଣ, ଗଦାଧର ମହାକୁଡ଼,ସୁବୋଧ କଳତା, ରଙ୍ଗୀଣା ଖେତୀ ଅଂଶ ଗ୍ରହଣ କରିଥିଲେ l

ମୁଖ୍ୟ ଅତିଥି ଭାବେ ଡ଼ୁମାଳ ପରିଷଦ ଓଡିଶାର ପ୍ରତିଷ୍ଟାତା ସଭାପତି ଦେବାର୍ଚ୍ଚନ ଚାଉଳିଆ, ମୁଖ୍ୟବକ୍ତା ଭାବେ ପ୍ରତିଷ୍ଟାତା ସମ୍ପାଦକ କୃତ୍ତିବାସ ପଲିଆ, ସଂମ୍ମାନୀତ ଅତିଥିଭାବେ ପୂର୍ବତନ ରାଜ୍ୟ ପ୍ରତିନିଧି ଦେଶବନ୍ଧୁ ମହାକୁଡ଼ ଯୋଗଦେଇ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପାରା, କୃଷି, ଗୋପାଳନ ସହିତ ନାରୀ ସଶକ୍ତିକରଣ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ କୃତି ମହିଳା ସ୍ୱୟଂ ସହାୟିକା ସଂଗଠିକା ପଙ୍କଜିନୀ ଗିରି, ସମନ୍ୱିତ କୃଷି କ୍ଷେତ୍ରରେ ଗଦାଧର ମହାକୁଡ଼, ସଫଳ ଗୋପାଳକ କ୍ଷେତ୍ରରେ ଉମେଶ ମହାକୁଡ଼, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଜୁ କର୍ଣ୍ଣ, ମାହେଶ୍ୱରୀ ମନ୍ଦିର ଭୂମି ଦାନ କ୍ଷେତ୍ରରେ ଜୟଦେବ କଳତା, ଆଦର୍ଶ ଶିକ୍ଷକ ହିସାବରେ ସୌମିତ୍ରୀ କର୍ଣ୍ଣ, ସନ୍ତୋଷ କୁମାର କର୍ଣ୍ଣଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ଜଗତି କେନ୍ଦ୍ରର କୋଷାଧ୍ୟକ୍ଷ ନିରଞ୍ଜନ ଗିରି ଧନ୍ୟବାଦ ଅର୍ପଣ କରିଥିଲେ l