ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ).ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ ପଂଚାୟତ ମହାଲିକ ପଡ଼ା ପଂଚାୟତ କାର୍ଯ୍ୟାଳୟ ପରିସର ଠାରେ ଗୁରୁବାର ଦିନ ଜିଲ୍ଲାର ପ୍ରଥମ ଦୀର୍ଘସ୍ଥାୟୀ ଔଷଧ ଉପଚାରିତା ମଶାରୀ ବଣ୍ଟନ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆଡେଣି ଗଡ଼ ଆନୁକୂଲ୍ୟରେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଜୟ କୃଷ୍ଣ ମିଶ୍ର ଙ୍କ ପଭାପତିତ୍ୱ ରେ ମଶାରୀ ବଣ୍ଟନ ଓ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l

ଅନୁଷ୍ଠିତ ବୈଠକ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଜିଲ୍ଲାପାଳ ସୁବ୍ରତ ପଣ୍ଡା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବିଡ଼ିଓ ଶରତ କୁମାର ସେଠି, ବୌଦ୍ଧ ଡି ପି ଏଚ ଓ ଡା. ସାହୁ , ଉପାଧ୍ୟକ୍ଷ କାହ୍ନୁ ଚାରଣ ନାଥ, ସ୍ଥାନୀୟ ସରପଞ୍ଚ ମାମୁନି ବାଘ, ନାଏକ ସରପଞ୍ଚ ଉପସ୍ଥିତ ରହି ମ୍ୟାଲେରିଆ ରୋଗ ର ଚିହ୍ନଟ, ଚିକିତ୍ସା ଓ ସଚେତନତା, ମଶାରୀ ଉପକାରିତା ଉପରେ ଉପସ୍ଥିତ ଥିବା ଜନ ସାଧାରଙ୍କ ସମ୍ମୁଖରେ ନିଜ ନିଜ ମତ ରଖିଥିଲେ l

ଶେଷରେ ଔଷଧ ଉପଚାରିତା ମଶାରୀ କୁ ଶୁଭାରମ୍ଭ କରି ହିତାଧିକାରୀଙ୍କୁ ଅତିଥି ଙ୍କ ଦ୍ୱାରା ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା l ଏବଂ ସର୍ବଦା ଦୁର୍ଗମ ଅଞ୍ଚଳ କୁ ଗ୍ରସ୍ତ କରି ଲୋକଙ୍କୁ ସଚେତନତା କରି ଆସୁଥୁବା ଆସା, ସ୍ୱାସ୍ଥ୍ୟ କର୍ମୀ, ସ୍ବେଛାସେବୀ ଓ ଡାକ୍ତର ଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଶେଷରେ ନୃତ୍ୟ ଗୀତ ମlଧ୍ୟମରେ ଜନ ସାଧାରଣ ଙ୍କୁ ମ୍ୟାଲେରିଆ ଓ ମଶାରୀ ଉପରେ ସଚେତନତା କରାଯାଇଥିଲା lକାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର ବି ପି ଏମ ଅରୁଣ ପାଢ଼ୀ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଆଡେଣି ଗଡ଼ ଶ୍ରୀମନ୍ତ ସ୍ୱାଇଁ ଶିବିର କୁ ପରିଚାଳନା କରିଥିବା ବେଳେ ବ୍ଲକ ସ୍ତରୀୟ ପଶୁ ଚିକିତ୍ସା ବିଭାଗ , ମତ୍ସ ବିଭାଗ ତଥା ସ୍ୱାସ୍ଥ୍ୟ ବିଭାଗ ର ଆସା, ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହିଥିଲେ l