ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ରେ ଛତୁଆ ମହାଦୁର୍ନୀତି ର ହୋଇଛି ଅଭିଯୋଗ l ଏପରି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଛତୁଆ ର ମାନ ଓ ଗୁଣବତ୍ତା ତଥା ଓଜନ ନିମ୍ନ ମାନର ରହିଥିବା ସାଙ୍ଗକୁ ଛତୁଆ ପ୍ୟାକେଟରେ ପ୍ରସ୍ତୁତି ଓ ଅବଧି ସମାପ୍ତି ତାରିଖ ମଧ୍ୟ ଲେଖା ଯାଇନଥିବା ଅଭିଯୋଗ ହୋଇଛି l ତରଭା ଠାରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣି ରେ l

ଅନ୍ୟ ପକ୍ଷରେ ଏ ନେଇ CDPO ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା l ହେଲେ CDPO ଏ ବିଷୟରେ କ୍ୟାମେରା ସାମ୍ନା ରେ ପ୍ରତିକ୍ରିୟା ଦେବାକୁ ମନା କରି ଅଫ୍ କ୍ୟାମେରାରେ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ l କିଛି ଦିନ ପୂର୍ବରୁ ବିଧାନସଭାରେ ଛତୁଆ ର ମହା କେଲେଙ୍କାରି ବିଷୟରେ ବିରୋଧୀ ତୁମ୍ବି ତୋଫାନ କରିଥିବା ବେଳେ ଆଜି ସୁବର୍ଣ୍ଣପୁର ରେ ମଧ୍ୟ ସେଇ ସମାନ ଛତୁଆ ର ମହା ଦୁର୍ନୀତି ର ସଙ୍ଗୀନ ଅଭିଯୋଗ ଆସିଛି l

ଦୀର୍ଘ ସମୟ ଧରି ଗୋଟାଏ ସଂସ୍ଥା ଏହାର ଦାୟିତ୍ବ ନେଇ ମନମାନି ପ୍ରସ୍ତୁତି ଓ ଓଜନ ରେ ଘୋଟାଲା କରି ଆସୁଥିବାର ଅଭିଯୋଗ ବାରମ୍ବାର ହେଉଥିଲେ ହେଁ କାହାର ଚାପ ରେ ସ୍ଥାନୀୟ ପ୍ରଶାସନ ଚୁପ୍ ରହି ଯାଉଛି ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି l ଆଗାମୀ ଦିନରେ ଏହାର ଶିଘ୍ର ସମାଧାନ କରାନଗଲେ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦେଇଛନ୍ତି l