ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଗଣିତ l ଏହି ଜିଲ୍ଲା ସବୁବେଳେ କଳା ଓ କଳାକାର ଙ୍କୁ ସୃଷ୍ଟି କରିବା ସହ ନିଜ ସୌନ୍ଦର୍ଯ୍ୟ ଓ କଳା ମାଧ୍ୟମ ରେ ଆକୃଷ୍ଟ କରେ ଅନେକ ପର୍ଯ୍ୟଟକ ଙ୍କୁ । ତେଵେ ଚଳିତ ଦିନରେ ଚିତ୍ର କଳା ମାଧ୍ୟମରେ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ ର ଚିତ୍ର ଆଙ୍କି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରିଛି ଚିତ୍ରତ୍ପୋଲା ଅନୁଷ୍ଠାନ l ଏହି ଚିତ୍ର କଳା କୁ ନେଇ ସୁବର୍ଣ୍ଣପୁର ରୁ ଦେଖିବା ଏଇ ସ୍ୱତନ୍ତ୍ର ରିପୋର୍ଟ lସୁବର୍ଣ୍ଣପୁର ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀ କୁ ଯିଏ ବୁଲିଛି ସିଏ ନିଶ୍ଚିତ ବିଭୋର ହୋଇ ଉଠିଛି l ଏଠାକାର ସୌନ୍ଦର୍ଯ୍ୟକୁ ଚିତ୍ରକଲା ମାଧ୍ୟମରେ ଅଙ୍କିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଓ ଜିଲ୍ଲା ବାହାର ରୁ ଆସିଥିବା ୪୫ ଜଣ ଚିତ୍ରକାର l

ଡ୍ରଇଂ କାଗଜ, ରଙ୍ଗ ଓ ତୁଳିରେ ଜୀବନ୍ତ ଭଳି ଚିତ୍ର ଆଙ୍କି ସୁବର୍ଣ୍ଣପୁର ର ମନ୍ଦିର, ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କୁ ସ୍ଥାନ ଦେଇଛନ୍ତି ନିଜ କଳା ରେ l ତେଵେ ଏହି ଚିତ୍ର ମାଧ୍ୟମରେ ଜିଲ୍ଲାର ପ୍ରଚାର ପ୍ରସାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଚିତ୍ରକାର ।

ସୁବର୍ଣ୍ଣପୁର ଜିଲ୍ଲା ର ମହାନଦୀ, ତେଲ ନଦୀ ଓ କର୍ପୁର ନଦୀ ତ୍ରିବେଣୀ ସଙ୍ଗମ ଠାରେ ରାଜ୍ୟ ର ବଛା ବଛା ୪୦ ଜଣ ଚିତ୍ର ଶିଳ୍ପୀ ଆସି ଜିଲ୍ଲା ର ବିଭିନ୍ନ ପ୍ରାକୃତିକ ସ୍ଵନ୍ଦର୍ଯ୍ୟ କୁ ନିଜର ତୂଳୀ ମାଧ୍ୟମ ରେ ଜୀବନ୍ତ କରୁଛନ୍ତି l ସୂର୍ଯ୍ୟାଦୟ ଠାରୁ ସୂର୍ଯ୍ୟାସ୍ତ ଓ ମହାନଦୀ କୂଳରେ ଥିବା ରାମେଶ୍ୱର ତ୍ରିବେଣୀ ସଙ୍ଗମ ର ଚିତ୍ର ବେଶ ଆକୃଷ୍ଟ କରିଥଲା ଦେଖଣାହାରି ଙ୍କୁ l ସମସ୍ତ କଳାକାର ଙ୍କ ତିଆରି ଚିତ୍ର ବେଶ ସୁନ୍ଦର ହୋଇଥିବା ବେଳେ ସମସ୍ତ ଚିତ୍ର କିଛିନା କିଛି ସଚେତନତା ବାର୍ତା ଦେଉଛି ନିଶ୍ଚିତ l ଏହା ଦ୍ବାରା ଆଗାମୀ ଦିନରେ ଜିଲ୍ଲା ରେ ପର୍ଯ୍ୟଟକ ଙ୍କ ସଂଖ୍ୟା ବଡିବା ସହିତ ନୂତନ ଚିତ୍ରଶିଳ୍ପୀ ବାହାରିବେ ବୋଲି କହିଛନ୍ତି ଆୟୋଜକ lସୁବର୍ଣ୍ଣପୁର ର ବିଭିନ୍ନ ସୁନେଲି ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ ନିହାତି ପ୍ରଶଂସା ର ପାତ୍ର ହୋଇଥିବା ବେଳେ ଚିତ୍ର କଳା ମାଧ୍ୟମରେ ଏହି ସୁନ୍ଦର ପ୍ରୟାସ କୁ ବେଶ ପ୍ରଶଂସା କରିଛନ୍ତି ଜିଲ୍ଲାବାସୀ l