ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ଶୁକ୍ରବାର ଦିନ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲି ସମ୍ବଲପୁର ତରଫରୁ ହରଭଙ୍ଗା ଦୁଗ୍ଧ ମାର୍ଗ ଅଧିନସ୍ଥ ସମସ୍ତ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଓ ସମିତି ର ଦୁଗ୍ଧ ଚାଷୀମାନଙ୍କ ବିଭିନ୍ନ ସମସ୍ୟାଗୁଡ଼ିକ ର ସମାଧାନ ଉଦ୍ଦେଶ୍ୟରେ ସଭାପତି, ସମ୍ପାଦକ ଓ ସମ୍ପାଦିକା ମାନଙ୍କ ନେଇ ଦୁଗ୍ଧ ମାର୍ଗ ବୈଠକ ସଂଘର ସାଧାରଣ ପରିଚାଳକ ଡ଼ା ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

ଉକ୍ତ ବୈଠକରେ ହରଭଙ୍ଗା ଦୁଗ୍ଧ ମାର୍ଗର ପ୍ରାୟ ୪୫ଜଣ ରୁ ଅଧ‌ିକ ସମିତି ର ସଭାପତି, ସମ୍ପାଦକ,ସମ୍ପାଦିକା ଓ ଦୁଗ୍ଧ ଚାଷୀ ଯୋଗ ଦେଇଥିବା ବେଳେ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଡ଼ା ପ୍ରିୟ ବ୍ରତ ବେହେରା ,ବୌଦ୍ଧ ଜିଲ୍ଲା ପି. ଆଣ୍ଡ .ଆଇ ଇନ୍ ଚାର୍ଜ ଶ୍ରୀଯୁକ୍ତ ସନ୍ତୋଷ କୁମାରମହାନ୍ତି,ବୌଦ୍ଧ ଜିଲ୍ଲା ଦୁଷ୍ପ ମାର୍ଗ ସୁପର ଭାଇଜର ଶ୍ରୀଯୁକ୍ତ ଅମୂଲ୍ୟ ଓଝା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।ହରଭଙ୍ଗା ବ୍ଲକ ରେ ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି ପାଇଁ ବ୍ୟାପକ ମାତ୍ରାରେ ଘାସ ଚାଷ କରିବା ପାଇଁ ପରାମର୍ଶ ଦେବାସହିତ ସଭ୍ୟମାନେ ଗାଈ କିଣିବା ପାଇଁ ସଂଘ ତରଫରୁ ସୁଧ ବିହୀନ ଋଣ ଯୋଗାଣ, ଓ ପ୍ରତ୍ୟେକ ସମିତିରେ ଗୋ ବନ୍ଧ୍ୟା ଓ କୃମି ନିରାକରଣ ଶିବିର ଆୟୋଜନ କରିବା ପାଇଁ ଦୁଗ୍ଧ ସଂଘ ତରଫରୁ ନିଯୁକ୍ତ ହୋଇଥିବା ବୌଦ୍ଧ ଦୁଗ୍ଧ ମାର୍ଗ ସୁପର ଭାଇଜର ଶ୍ରୀ ଅମୂଲ୍ୟ ଓଝା ଙ୍କୁ ନିର୍ଦେଶ ଦେଇଥିଲେ ।

ଏଥ୍ ସହିତ ସମିତି ତରଫରୁ ପ୍ରତ୍ୟେକ ସଭ୍ୟ ମାନଙ୍କୁ ସଭ୍ୟମାନଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ଦୁଗ୍ଧ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ସମ୍ପାଦକ ଓ ସମ୍ପାଦିକା ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେବାସଙ୍ଗେ ସଙ୍ଗେ ସମିତିରେ ଦୈନିକ ଦୁଇବେଳା ଦୁଗ୍ଧ ପରୀକ୍ଷା କରି ଦୁଗ୍ଧ ର ମାନାନୁଯାୟୀ ଦୁଗ୍ଧ ମୂଲ୍ୟ ପ୍ରଦାନ କରିବାପାଇଁ ସମ୍ପାଦକ ମାନଙ୍କୁ ମଧ୍ୟ ନିର୍ଦେଶ ଦେଇଥିଲେ ଏତତ୍ ବ୍ୟତୀତ ଦୁଗ୍ଧ ସଂଗ୍ରହ ବୃଦ୍ଧି ପାଇଁ ଅପହଞ୍ଚ ଅଞ୍ଚଳ ରେ ପ୍ରାୟ ୧୫ ଗୋଟି ନୂତନ ସମିତି ଓ କ୍ଷୀର ଧାରା କେନ୍ଦ୍ର ଖୋଲିବା ପାଇଁ ବୌଦ୍ଧ ଦୁଗ୍ଧ ମାର୍ଗ ସୁପର ଭାଇଜର ଓ ବୌଦ୍ଧ ଜିଲ୍ଲା ପି ଏଣ୍ଡ .ଆଇ. ଇନ୍ ଚାର୍ଜ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଙ୍କୁ ନିର୍ଦ୍ଦେଶ ଦେଇଥ‌ିଲେ ।