ଧର୍ମଗଡ଼ ତା ୨୦/ ୧୦( ହେମନ୍ତ କୁମାର ମାଝୀ)ଧର୍ମଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ସ୍ଥାନୀୟ କାର୍ଯ୍ୟାଳୟ ଠାରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରାମର୍ଶ ଦାତା କମିଟି(ଆତ୍ମା) ର ଅଧ୍ୟକ୍ଷ ଶ୍ରୀ ଥବିର ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୃଷି , ଉଦ୍ୟାନ,ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ବାର୍ଷିକ ଖସଡ଼ା ଉପରେ ଆଲୋଚନା କରାଯାଇଥିଲା।

ସମସ୍ତ ସଦସ୍ୟ ଙ୍କ ମତାମତ କୁ ନେଇ ପଲସ ପାନୀ ଗ୍ରାମର ମାଆ ଗୌରୀ ସୟଂ ସହାୟକ ଗୋଷ୍ଠୀ ଓ ଛିଲିପା ଗ୍ରାମର ବଜରଙ୍ଗବାଲି ସୟଂ ସହାୟକ ଗୋଷ୍ଠୀ ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମୂଳ ପୁଞ୍ଜି ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ଏଭିଏଏସ ନିହାର ରଞ୍ଜନ ଦେବତା, ଏଏଓ କମଲେଶ ଶବର, ବିଟିଟି କନଭେନର ନୀଳକଣ୍ଠ ମେହେର ସମେତ ସମସ୍ତ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ। ବି ଟି ଟି ଦେବାଶିଷ ଚାନ୍ଦ ସଭା ପରିଚାଳନା କରିଥିଲେ।