ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ପୁଣି ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ତାର ଚୋରି ଲୁଟେରା କାୟା ବିସ୍ତାର କଲେଣି l ରାତି ଅଧିଆ ବିଦ୍ୟୁତ କାଟି 3ଫେଜ ଅନୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ଆସିଛି l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଚାଷ କାର୍ଯ୍ୟ ପାଇଁ ମା ବାଉରୀ ପାଣି ପଞ୍ଚାୟତ ରାମଗଡ 2 ର ଉଠା ଜଳ ସେଚନ ପ୍ରକଳ୍ପ ଦୀର୍ଘ 30ବର୍ଷ ରୁ ଉର୍ଦ୍ଧ ହେଲା ଚାଲି ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ବିଦ୍ୟୁତ ତାର ଲୁଟେରା ଜଗନ୍ନାଥ ସଡ଼କ ଠାରୁ ଟ୍ରାନ୍ସଫରମର କୁ ଯାଇଥିବା 3ଫେଜ ବିଦ୍ୟୁତ ଶିଳଭର ତାର ପ୍ରାୟ 1କିଲୋମିଟର ଲୁଟ କରିଥିବା ଦେଖିବାକୁ ମିଳିଛି l
ସକାଳୁ ଗ୍ରାମର ଚାଷୀ ପାଣି ମଡାଇବାକୁ ଆସିଥିବା ବେଳେ ତାର ଲୁଟ ହୋଇଥିବା ଦେଖି ଅନ୍ୟ ଚାଷୀଙ୍କୁ ଖବର ଦେଇଥିଲେ l ଫଳରେ ଚାଷୀ ମିଳିତ ଭାବେବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚ ଙ୍କୁ ଚୋରିହୋଇଥିବା ସୂଚନା ଦେଇଥିଲେ l ସୂଚନା ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ବିଭାଗୀୟ ଯନ୍ତ୍ରୀ ଓ ଷ୍ଟାପ ଚୋରି ହୋଇଥିବା ସ୍ଥାନରେ ପହଂଚି ଅନୁଧ୍ୟାନ କରିଥିଲେ ଓ ପରବର୍ତୀ ସମୟରେ ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଥିବା ଉକ୍ତ ପ୍ରକଳ୍ପ ର ସମ୍ପାଦକ ପ୍ରଦୀପ ଭୋକ୍ତା, ସଭାପତି ସ୍ୱାଧୀନ ସେଠି ସୂଚନା ଦେଇଛନ୍ତି l