ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ପାଇଁ ଚାରିଛକ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ବ୍ଳକସ୍ତରୀୟ ‘ସୁରଭି- ୨୦୨୪’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଇଓ ଅଜୟ ଲୁହା ଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଏଡିଏଇଓ ଘନଶ୍ୟାମ ମେହେର ମୁଖ୍ୟ ଅତିଥି, ଏବିଇଓ ଅଖିଳ ପ୍ରଧାନ ଓ ଜୋଶନାମୟୀ ମହାପାତ୍ର, ମଣିପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସନତ ଗଡତିଆ, ପ୍ରଧାନ ଶିକ୍ଷକ ଶ୍ରୀଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ବ୍ଲକର ୧୭ଟି କ୍ଲଷ୍ଟରରୁ ୫୫୩ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି।
ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଲୁହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାନସଭା ସଦସ୍ୟ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ମୁଖ୍ୟ ଅତିଥି, ଶିଶୁ କଲ୍ୟାଣ ସଦସ୍ୟ ରାଜୀବ ନାୟକ ମୁଖ୍ୟ ବକ୍ତା, ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁରୁ, ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ଏବିଓ ଅଖିଳ ପ୍ରଧାନ ଏବଂ ଜ୍ୟୋଷ୍ଣାମୟୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ନିପୁଣ ଓଡିଶାର ଲୋଗୋ ଉନ୍ମୋଚିତ ମୁଖ୍ୟଅତିଥିଙ୍କ ଦ୍ୱାରା କରା ଯାଇଥିବା ବେଳେ ନିପୁଣ ଓଡିଶା ସମ୍ପର୍କୀୟ ଆଲୋଚନା ପ୍ରଧାନ ଶିକ୍ଷକ ନିର୍ମଳ କୁମାର ରଣା ମଞ୍ଚରେ ଉପସ୍ଥାପନା କରି କହିଥିଲେ ଯେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ପ୍ରାଥମିକ ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ତଥା ନିପୁଣତା ହାସଲ କରିବା। ଏହା ସହିତ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଦୃଷ୍ଟି ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା। ଚଳିତ ବର୍ଷ ଠାରୁ ପ୍ରକାଶିତ ହେବାକୁ ଥିବା ଶିକ୍ଷା ଭିତ୍ତିକ ବାର୍ଷିକ ପତ୍ରିକା ‘ସୁରଭି’ ର ଲୋଗୋ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା l ଏହି ଲୋଗୋ କୁ ଶିକ୍ଷକ ସୁବାଷ ବିଶି ପ୍ରସ୍ତୁତ କରିଥିଲେ lକାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଶିକ୍ଷକ ନବକିଶୋର ଦୀପ ଏବଂ ଶ୍ରଦ୍ଧାଞ୍ଜଳୀ ସାହୁ ମଞ୍ଚ ପରିଚାଳନା କରିଥିଲେ l