ଯାଜପୁର : ଯାଜପୁର ର ଗଣପର୍ବ କାଳୀପୂଜା ଅବସର ରେ ହାବିଳି ବଜାର ରେ ଥିବା ସହର ର ଅଗ୍ରଣୀ ପୂଜା କମିଟି ଲକ୍ଷ୍ମୀ ନାରାୟଣ ପୂଜା କମିଟି ପାଳନ କରିଛି ୫୦ବର୍ଷ ପୂର୍ତ୍ତି ଉତ୍ସବ। ଆଡମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବକୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କମିଟି ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ ଯୋଗ ଦେଇ ପୂଜା ପାର୍ବଣ ମାଧ୍ୟମ ରେ ସହର ରେ ଭାଇଚାରା ଭାବ ସୃଷ୍ଠି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିରଜା ସଂସ୍କୃତି ଗବେଷକ ଡ ଜ୍ଞାନ ରଞ୍ଜନ ପତି ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ସହର ର ଐତିହ୍ୟ ପରମ୍ପରା ସମ୍ପର୍କ ରେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ଜିଲ୍ଲା କାରାଧକ୍ଷ ସୁନିଲ କୁମାର ପାତ୍ର ଯୋଗ ଦେଇ ସହର ରେ ଶାନ୍ତି ପ୍ରତିଷ୍ଠା ସହ ସମାଜସେବା ପାଇଁ ଯୁବ ପିଢ଼ିଙ୍କୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ଡ ବଟକୃଷ୍ଣ ମହାପାତ୍ର, ଡ ନିତ୍ୟାନନ୍ଦ ମିଶ୍ର, ରାଜ୍ୟ ଆଇନଜୀବୀ ପରିଷଦ ର ଉପାଧ୍ୟକ୍ଷ ରାଜୀବ ମହାନ୍ତି, ବରିଷ୍ଠ ଚିକିତ୍ସାକ ମଦନ ମୋହନ ସାମଲ, ଡ଼ା ଶୁପ୍ରକାଶ ଶତପଥୀ, ଡ଼ା ମନୋଜ ସେନାପତି, ଡ଼ା ଲର୍ଡ ବିକ୍ରମଜିତ ରାଉତରାୟ, ବରିଷ୍ଠ ସେବିକା ସ୍ୱର୍ଣଲତା ସାହୁ, ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ, ସମାଜସେବୀ ହୃଷୀକେଶ ସାହୁ, ବସୁବନ୍ଧୁ ଦାସ, ଓଡ଼ିଶୀ ନୃତ୍ୟ ପାଇଁ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ଉପଢୌକନ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ର ପ୍ରତିଷ୍ଠାତା ସଦସ୍ୟ ରମାକାନ୍ତ ସାହୁ ମଞ୍ଚ ରେ ବିବରଣୀ ପାଠ କରିଥିବା ବେଳେ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।

ଏହି ଅବସରରେ ପୂଜା କମିଟିର ସ୍ୱର୍ଗବାସି ସଦସ୍ୟ ଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବରିଷ୍ଠ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ମନିଶା ରାଉତଙ୍କ ସଂଯୋଜନା ରେ ସାଇ ଡ଼ାନ୍ସ ଗ୍ରୁପ ଓ ଡିଏବି ଡ଼ାନ୍ସ ଗ୍ରୁପ ର କୁନି କୁନି ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।