ହରଭଙ୍ଗା (ଚିତ୍ତରଞ୍ଜନ ସିଂ ) ଆଶା ଥିଲା ଗାଁ କୁ ସେତୁ ନିର୍ମାଣ ହେବ । ଗାଁ କୁ ଗମନାଗମନ ସୁବିଧା ହେବ । ହେଲେ ଆଶା ଆଶା ରେ ହିଁ ରହିଗଲା । ଆମେ କହୁଛୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ବାଣୀଭୁଷଣପୁର ପଂଚାୟତ ଅର୍ନ୍ତଗତ ବାହାଲି ସେତୁ ନିର୍ମାଣ କଥା । ଆଜକୁ ଦୀର୍ଘ ପାଞ୍ଚ ବର୍ଷ ହେଲା କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ସରି ପାରୁନି ସେତୁ ନିର୍ମାଣ କାଯ୍ୟ । ଏଥିରୁ ଆପଣ ଜାଣି ପାରୁଥିବେ କିଭଳି ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି । ପ୍ରତିବର୍ଷ ବର୍ଷା ଦିନ ଆସିଲେ ବଢୁଛି ଏମାନଙ୍କ ଦୁର୍ଦ୍ଦଶା । ଗାଁ ପାଇଁ କାଳ ସାଜିଛି ପାହାଡି ସୁରୁବାଲି ନାଳ lବ୍ଲକର ସଦରମହକୁମା ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଥିବା ବାହାଲି ଗାଁ କଥା ।

ଗ୍ରାମକୁ ଯିବାକୁ ହେଲେ ବାଟରେ ପଡି ଥାଏ ନାଳ। ନାଳ ଉପରେ ସେତୁ ନଥିବାରୁ ଆଖ ପାଖ ଦୁଇଖଣ୍ଡ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ଆସିଲେ ଗ୍ରାମବାସୀ ଜଳ ବନ୍ଦୀ ଜୀବନ ବିତାଇବା ସହ ପିଲାମାନେ ସ୍କୁଲ କୁ ମଧ୍ୟ ପାଠ ପଢିବା ପାଇଁ ଯାଇପାରନ୍ତି ନାହିଁ । ଗାଁ କୁ ଆମ୍ବୁଲାନ୍ସ ଆସିବା ପାଇଁ ସୁବିଧା ନଥିବାରୁ ବର୍ଷା ଦିନେ ଜୋର ରୋଗ ହେଲେ କାନ୍ଧ କିମ୍ବା ଖଟିଆ ରେ ବୁହା ହେଇ ରୋଗୀକୁ ନାଳ ପାରି କରାଯାଏ। ଏମିତି କି ନାଳ ପାଇଁ ବର୍ଷା ଦିନେ ଅନେକ ଗ୍ରାମବାସୀ ଓ ଗର୍ଭବତୀ ମହିଳା ଙ୍କ ଜୀବନ ମଧ୍ୟ ଯାଇଛି । ତେଣୁ ଗାଁ କୁ ଯିବାକୁ ସୁବିଧା ନଥିବାରୁ ଏବେ ଗାଁ କୁ ଝିଅ ବିବାହ ଦେବ ଓ ନେବା ପାଇଁ ଚାହୁଁ ନାହାନ୍ତି ଅଞ୍ଚଳବାସୀ । ଗ୍ରାମବାସୀଙ୍କ ବାରମ୍ବାର ସରକାର ପାଖରେ ଦାବି ପରେ ବୌଦ୍ଧ ର ପୂବତନ ବିଧାୟକ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କଲେ । ସେତୁ ନିର୍ମାଣ ଆରମ୍ଭ ହେଲା କିନ୍ତୁ ନିର୍ମାଣ କାଯ୍ୟ ଆଜକୁ ୫ବର୍ଷ ହେଲା ସମାପ୍ତ ହୋଇ ପାରୁ ନାହିଁ । ଆଉ ଗ୍ରାମବାସୀ ଙ୍କ ଦୁଃଖ ଯଥା ପୂର୍ବମ ତଥା ପରମ ସ୍ଥିତି ।

ଏବେ ସରକାର ବଦଳିଛି ଗ୍ରାମକୁ ସେତୁ ନିର୍ମାଣ କେବେ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ମନରେଗା ଯୋଜନାରେ ୨୦୧୮-୨୦୧୯ ଆର୍ଥୀକ ବର୍ଷରେ ୨୦ଲକ୍ଷ ଟଙ୍କା ବେୟ ଅଟକଳ ରେ ସେତୁ ନିର୍ମାଣ କାର୍ଯ୍ୟ DRDA ପକ୍ଷରୁ ଆରମ୍ଭହେଲା । ଏଥିପାଇଁ ଉଭୟ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେତୁ ନିର୍ମାଣ ରେ ଅନିୟମିତତା କାରଣରୁ ସେତୁ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ବ୍ରିଜ ପୁନଃ ନିର୍ମାଣ ପାଇଁ ୨୦୨୨-୨୩ ମସିହା ରେ ପଶ୍ଚିମଓଡିଶା ବିକାଶ ପରିଷଦ ରୁ ୩୪ଲକ୍ଷ ୮୬ହଜାର ଟଙ୍କା ର ଅର୍ଥ ମଞ୍ଜୁର ହେଲା । କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆଗକୁ ବଢି ପାରୁନାହିଁ । ବଡ଼ ବିଡମ୍ବନା ର ବିଷୟ ଦୀର୍ଘ ପାଞ୍ଚ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତୁ ନିର୍ମାଣ ଅଧାପନ୍ତରିଆ ଅବସ୍ଥା ରେ ପଡିରହିଛି ।

ଅର୍ଥ ଆସୁଛି କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ନିର୍ବାଚନ ଆସିଲେ ନେତା ଆସୁନ୍ତି , ପ୍ରତିଶୃତି ମଧ୍ୟ ଦିଅନ୍ତି କିନ୍ତୁ ଆଜି ପଯ୍ୟନ୍ତ ଗାଁ କୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଣୁ ଏଥର ମିଛ ପ୍ରତିଶ୍ରୁତି ନୁହେଁ । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବ ରୁ ପୋଲ ନିର୍ମାଣ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ପାଇଁ ଚରମ ଚେତାବନୀ ଦେଇଛନ୍ତି ବାହାଲି ଗ୍ରାମବାସୀ । ଅନ୍ୟପଟେ ସ୍ଥିତି ଅନୁଧ୍ୟାନ କରିବା ସହ ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା ପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ହରଭଙ୍ଗା ବିଡ଼ିଓ ଶରତ ସେଠି ।ରାଜ୍ୟ ସରକାର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ସେତୁ କାଯ୍ୟ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବେ ନଚେତ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ ପାଇଁ ପ୍ରସ୍ତୁତ ଥିବା ଗ୍ରାମବାସୀ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।