ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ସରସରା ଏଲ କେ ବି କେ ପକ୍ଷରୁ ଆଜି ଟଭାପଦର ଗ୍ରାମରେ ମଣ୍ଡିଆ କ୍ଷେତ୍ରଦିବସକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଟଭାପଦର,ଖଜୁରିଆ ,ଜିରାଡ଼ ପୀତାମ୍ବରପୂର,ଖଣ୍ଡହତା,ତିଲେଶ୍ବର,ଫୁଲଝରି,କାନପୁର ,ଶରଧାପୁର,ମୁଷାଡ ଆଦି ଅଞ୍ଚଳରୁ ଶତାଧିକ କୃଷକ, କୃଷି ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ।ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନକେନ୍ଦ୍ରରକୃଷିବିଜ୍ଞାନୀ-ମୟୁରୀ ସିଂହ ସରଦାର ଏବଂ ସମାପିକା ଦଳେଇ ଚାଷୀମାନଙ୍କ ସହିତ ସଫଳ କୃଷି ଚର୍ଚ୍ଚା କରିଥିଲେ ।

ବ୍ଲକ ସଂଯୋଜକ ସିତାକାନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ କରିବା ସହ ସଭାର ଆରମ୍ଭ କରିଥିଲେ , ବିଗ୍ୟାନ ପ୍ରଧାନ ଓ ଉତ୍ସବ ପ୍ରଧାନଙ୍କ ମିଲେଟ୍ ଚାଷ କ୍ଷେତ୍ରରେ ହୋଇଥିବା ଦୁଇଟି ଫସଲ କାଟିବା ପରୀକ୍ଷା ବିଷୟରେ ତଥ୍ୟ ଭାଗୀଦାରମାନଙ୍କ ସହ ଆଦାନ ପ୍ରଦାନ କରିଥିଲେ।

ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜି ଶ୍ରୀ ଅନ୍ନ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଉପସ୍ଥିତଙ୍କ ସହ ତାଙ୍କ ଉଦ୍ୟମକୁ ଉତ୍ସାହିତ କରିବାରେ ପ୍ରେରଣା ଦେଇଥିଲେ। ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ ଚାଷ ଉତ୍ପାଦନ ବୃଦ୍ଧି ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିବା ବେଳେ ସହକାରୀ କୃଷି ଅଧିକାରୀ ପ୍ୟାରି ମୋହନ ପୁରୋହିତ ଜୈବ ସାରର ବ୍ୟବହାର ବିଷୟରେ ବିବରଣୀ ଦେଇପ୍ରାକୃତିକ ପଦ୍ଧତି ରେ ମିଲେଟ୍ ଚାଷକୁ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ଭିତରେଅମରେନ୍ଦ୍ର ବିଶି,ପୁନିଆ ସାହୁ, ଶିଳ୍ପାରାଣୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l