ଯାଜପୁର; ଯାଜପୁରରେ ଗଣପର୍ବ କାଳୀପୂଜାର ମଜା ଉଠାଇବା ପାଇଁ ଜିଲା ତଥା ଜିଲାର ବାହାରୁ ଛୁଟୁଛି ଦର୍ଶକଙ୍କ ଛୁଅ । ଗତକାଲି ସଂଧ୍ୟାରେ ଯାଜପୁର ଜିଲାପାଳ ପି ଅନ୍ବେଶା ରେଡି,ଏସ ପି ୟଶ ପ୍ରତାପ ଶ୍ରୀମଲ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି କାଳୀ ଓ ଲକ୍ଷ୍ମୀନାରାୟଣ ପୂଜାର ମଜା ଉଠାଇଥିଲେ । ପ୍ରତ୍ୟେକ ପୂଜା ମଣ୍ଡପକୁ ଯାଇ ମାଙ୍କ ଦର୍ଶନ କରିବା ସହିତ ପୂଜା କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ହାବେଳି ବଜାର ଲକ୍ଷ୍ମୀନାରାୟଣ ପୂଜା କମିଟି ରେ ୫୦ ବର୍ଷ ପୁର୍ତି ଉଶ୍ଚବ ଅବସରରେ ଜିଲାପାଳ ଓ ଏସ ପିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଚେରି କାଳୀ , ବଡ ବଜାର, ଗରିଆପୁର, ନାରାୟଣ ଛକ, ଆଦ୍ୟ ଗରୁଡ କାଳୀ ଆଦି ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ । ସମସ୍ତ ପୂଜା ମଣ୍ଡପରେ ଜିଲାପାଳ ଓ ଏସ ପିଙ୍କୁ କାଳୀପୂଜାର ଅଭିନନ୍ଦନ ଜଣାଇବା ସହିତ ପୂଜା ଆୟୋଜନ ଓ ସ୍ଵଛାତା ସଂପର୍କରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଏହି ଗସ୍ତ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋଙ୍କ ସମେତ କାଳୀପୂଜା ଶାନ୍ତି କମିଟି ପକ୍ଷରୁ ପୌର ଉପାଧକ୍ଷ ସନ୍ତୋଷ ମଲ୍ଲିକ, ଦିଗାମ୍ବର କର, ସନ୍ତୋଷ ନନ୍ଦ, ବଳଭଦ୍ର ଦାସ, ତୁଷାର ବେହେରା, ଐସାଦ ଜମାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପୂଜା ମଣ୍ଡପ ସମ୍ପର୍କ ରେ ସୂଚନା ଦେଇଥିଲେ । ଚଳିତ ବର୍ଷ ସହର ରେ ୪୩ ଟି ପୂଜା ମଣ୍ଡପରେ କାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ପାଉଥିବା ବେଳେ ଭସାଣ ଉତ୍ସବ ଆସନ୍ତା ୮ ଏବଂ ୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ଏହି ଭସାଣ ଉତ୍ସବ ଅନୁଷ୍ଠିତ ହେବ ।