ହରଭଙ୍ଗା (ଚିତ୍ତରଞ୍ଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ ରେ ତାଲା ପକେଇ ପ୍ରତିବାଦ କରିଛନ୍ତି ଅବିଭାବକ ଓ ଛାତ୍ର ଛାତ୍ରୀ। ସୂଚନା ଅନୁଯାଇ ଘୋରଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ପାଠ ପଢ଼ା ହଉଛି ଓ ସମୁଦାୟ ଛାତ୍ର ଛାତ୍ରୀ ୬୦  ଜଣ ଅଟେ। କିନ୍ତୁ ୩  ଜଣ ଶିକ୍ଷକ ରେ ଶିକ୍ଷାଦାନ କରାଯାଉଅଛି। ଯାହାକି ୩  ଜଣ ଶିକ୍ଷକ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ ଠିକ ସେ ହେଇପାରୁନାହିଁ ଓ ପିଲା ମାନଙ୍କ ପାଠପଢ଼ା ରେ ବ୍ୟାଘାତ ସୃଷ୍ଟି ହେଉଛି।

୩  ଜଣ ଶିକ୍ଷକ ଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ମଧୁମିତା ଭୋକ୍ତା ମାତୃତ୍ୱ ଛୁଟିରେ ରହିବାର ଅଛି। ତେଣୁ ଏହାର ପ୍ରତିବାଦ ରେ ଗତ ୨୧  ତାରିଖ ରେ ଛାତ୍ର ଛାତ୍ରୀ ଓ ଅବିଭାବକ ମିଶି ସ୍କୁଲ ରେ ତାଲା ପକେଇ ପ୍ରତିବାଦ କରିଥିଲେ। ଫଳସ୍ୱରୂପ ABEO ଓ CRCC ସ୍କୁଲ କୁ ଯାଇ ଉକ୍ତ ସମସ୍ୟା ର ସମାଧାନ କରି ଆଉ ଜଣେ ଶିକ୍ଷକ କୁ ନିଯୁକ୍ତି ଦେବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଶିକ୍ଷକ ନିଯୁକ୍ତି ଦିଆ ଯାଇ ନ ଥିବାରୁ ଗୁରୁବାର ଦିନ ସମସ୍ତ ଛାତ୍ର ଛାତ୍ରୀ ଓ ଅବିଭାବକ ମିଶି ସ୍କୁଲ ଗେଟ ସଂମ୍ମୁଖରେ ତାଲା ପକେଇ ପ୍ରତିବାଦ କରିଥିବା ସୂଚନା ମିଳିଛି। ଉକ୍ତ ସମସ୍ୟା ର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ଗେଟ ସମ୍ମୁଖରେ ତାଲା ପଡ଼ିଥିବ ବୋଲି ଜଣେ ଅବିଭାବକ ସୂଚନା ଦେଇଛନ୍ତି।