ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )ସାରା ରାଜ୍ୟରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଚାଲୁଥିବା ବେଳେ ଗୁରୁବାର ଦିନ ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶେଷ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳର ପୂର୍ବତନ ବିଧାୟକ ମହିଧର ରଣାଙ୍କ ନେତୃତ୍ୱରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସାହାଜପାଲ ଠାରୁ ଆରମ୍ଭ ହୋଇ ବୌଦ୍ଧ ନିର୍ବାଚନ ମଣ୍ଡଳୀର ତେଲିବନ୍ଧ ଠାରେ ପହଞ୍ଚିଥିଲା । ସେଠାରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ ନିଜର କର୍ମୀ ଓ ନେତାଙ୍କୁ ନେଇ ସ୍ୱାଗତ କରିବା ସହ ସେଠାରୁ ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା ।
ଏହି ପଦଯାତ୍ରା ଜହ୍ନାପଙ୍କ, ଖୁଣ୍ଟବନ୍ଧ, ମଧୁପୁର ମୂର୍ଷୁଣ୍ଡି ଦେଇ ବୌଦ୍ଧ ସହର ସ୍ଥିତ ରଘୁନାଥ ମନ୍ଦିରରେ ପହଂଚି ସେଠାରେ ସମବେତ ଥିବା ସହରର ବିଜେଡି କର୍ମୀ ମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ମର୍ଜାକୂଦ ବ୍ରିଜ ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ ବିଧାୟକ ମହିଧର ରଣା, ପ୍ରଦୀପ ଅମାତ ଓ ଦଳୀୟ ମହିଳା ମାନେ ସାମିଲ ହୋଇଥିଲେ । ବିଜେପି ଶାସନର ୫ ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପକାଇଥିବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ବହୁ ପଛକୁ ଯାଇଥିବା ପୂର୍ବତନ ବିଧାୟକ ଦ୍ଵଜ କହିଛନ୍ତି ।