୧୨ କୋଟି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ତଥା, ମୁଖ୍ୟ ସଚେତକ, ଓଡିଶା ସରକାର
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଅପହଞ୍ଚ ଇଲାକା ଉପାନ୍ତ ଅଂଚଳ କଣ୍ଡରା, କାଚପାଯୁ, ସୁଲୁକେଟି ଆଦି ପାଞ୍ଚ ଖଣ୍ଡ ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନଥିଲା l ଏନେଇ ଗ୍ରାମବାସୀ ରାସ୍ତା ନିର୍ମାଣ ନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିଲା ପୂର୍ବ ସରକାର ବା ପ୍ରଶାସନ l ଏପରିକି ପ୍ରତ୍ୟକ ବର୍ଷ ଭୋଟ ଆସିଲେ ତୁମ ଗାଁ କୁ ଏଥର ରାସ୍ତା ହେବ କହି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ କିଣାଯାଉଥିଲା l
କେବଳ ଫଳକ ଲଗାଇ ଲୋକଙ୍କୁ ଭ୍ରମିତ କରାଯାଉଥିଲା ବୋଲି ଅଞ୍ଚଳ ବାସି ଅଭିଯୋଗ ଆଣିଛନ୍ତି । ଏଠାକାର ଲୋକେ ନୀତି ଦିନିଆ ରାସ୍ତା ପାଇଁ ଦିର୍ଘ ଦିନରୁ ପ୍ରଶାସନ ଓ ରାଜନେତା ମାନଙ୍କ ସହ ସଂଗ୍ରାମ କରି ଆସୁଛନ୍ତି। ତେବେ ଆଜି ସେମାନଙ୍କ ସ୍ୱପ୍ନ ଏକ ପ୍ରକାର ନୂଆ ସରକାର ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ହରଭଙ୍ଗା ବ୍ଲକ ଅଡେଣିଗଡ଼ ପଂଚାୟତ ଅନ୍ତର୍ଗତ କଣ୍ଡରା, କାଚପାଯୁ, ସୁଲକେଟ ଆଦି 5ଟି ଗ୍ରାମକୁ ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ବରାଦ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଟେଣ୍ଡର ପ୍ରକ୍ରିୟା କରଣ ସରିଥିବା ବେଳେ ଆଜି ଏହାର ଭିତ୍ତିପ୍ରସ୍ତର ପଡିଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏନେଇ ଭିତି ପ୍ରସ୍ତର କାର୍ଯ୍ୟକ୍ରମ ଅଡେଣିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ କରକମଳରେ ଏହାର ଭିତ୍ତିପ୍ରସ୍ତର ହୋଇଛି । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ବରିଷ୍ଠ ଅଧିକାରୀ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ବ୍ଲକ ବିଡ଼ିଓ ଶରତ କୁମାର ସେଠୀ, ବ୍ଲକ ଉପାଧକ୍ଷ କାହ୍ନୁ ଚରଣ ନାଥ କନ୍ଧମାଳ ସାଂସଦଙ୍କ ହରଭଙ୍ଗା ବ୍ଲକ ପ୍ରତିନିଧି ରବି ନାରାୟଣ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ । ଯୁବ ସମାଜସେବୀ ସୁବ୍ରତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ lକାଚପାଜୁ ଗ୍ରାମର ମୁଖିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉପାନ୍ତ ଅଂଚଳ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କାମନା କରିଥିଲେ ବୌଦ୍ଧ ବିଧାୟକ