ଧର୍ମଗଡ଼ ତା ୯/୧୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ରେ କାର୍ତ୍ତିକ ପୂର୍ଣ୍ଣିମୀ ଉପଲକ୍ଷେ ରାମାୟଣ ପାଠ, ପ୍ରଵୋଚନ ଓ ଭଜନ ସନ୍ଧ୍ୟା ପାଳିତ ହେଉଛି । ଏହି କାର୍ଯ୍ୟକ୍ରମ ସକାଳ ସାତ ଘଣ୍ଟା ଠାରୁ ନଅ ଘଣ୍ଟା ପଯ୍ୟନ୍ତ କାର୍ତ୍ତିକ ମହା ପାଠ ହେଉଥିବା ବେଳେ ନଅ ଘଣ୍ଟା ଠାରୁ ସନ୍ଧ୍ୟା ଛଅ ଘଣ୍ଟା ପଯ୍ୟନ୍ତ ରାମାୟଣ ପାଠ ହେଉଥିବା ବେଳେ ସଂଧ୍ୟା ସାତ ଘଣ୍ଟା ଠାରୁ ନଅ ଘଣ୍ଟା ପଯ୍ୟନ୍ତ ପ୍ରଵୋଚନ କାର୍ଯ୍ୟକ୍ରମ ଚାଲୁଅଛି ଏହି ରାମାୟଣ ପାଠ ପୂଜା ଏଵଂ ପ୍ରଵୋଚନ ଶୁଣିବା ପାଇଁ ଅଞ୍ଚଳ ଶ୍ରଦ୍ଧାଳୁମାନେ ଵହୁ ସଂଖ୍ୟା ରେ ଆସି ପ୍ରଭୁଙ୍କ ଦର୍ଶନ ପାଇଁ ଗହଳି ଲାଗିଛି।
ରାମାୟଣ ପାଠ କରିବା ପାଇଁ ସର୍ଵ ଶ୍ରୀ ଭୂଵନେଶ୍ଵର ଦାସ (ଖୋର୍ଦ୍ଧା) ପ୍ରଵୋଚକ ଭାବରେ ଶ୍ରୀ ରବିନାରାୟଣ ହୋତା (କୋଣାର୍କ) ପୂଜକ ଭାବରେ ସଚିନ୍ଦ୍ର କୁମାର ହୋତା ତୁଲାଉଥିବା ବେଳେ କର୍ତ୍ତା ଭାବରେ ନିହାର ରଞ୍ଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଚେତନା ସାହୁ ତୁଲାଉଛନ୍ତି ଉକ୍ତ କାର୍ଯ୍ୟକ୍ରମକୁ ରଙ୍ଗାଧର ଭୋଇ (ଲାଲୁ) ସରୋଜ ସାହୁ, କୁମୁଦ ସାହୁ, ଶିବ ରାମ ମାଝୀ, କ୍ଷୀରାଵ୍ଧୀ ମଶ୍ରା, ହେମନ୍ତ କୁମାର ମାଝୀ, ମୁନି ରାମ ମାଝୀ, ପ୍ରଦୀପ ନାଏକ, କୁନୁ ନାଏକ, ଜଗା ଵାଗ, ସହଯୋଗ କରୁଥିବା ବେଳେ ପୂଜା ମେଢ଼ କୁ ସାଜ ସର୍ଯ୍ୟା କରିବା ପାଇଁ ଶେଷ ଦେବ ନାଏକ ଓ ମୂର୍ତ୍ତି କାରିଗର ହିସାବରେ ଘନଶ୍ୟାମ ନାଏକ ତୁଲାଉଛନ୍ତି। ଏହି ରାମାୟଣ ପାଠ ର ସବୁଠାରୁ ଆକର୍ଷଣ ହେଉଛି । ରାମ ସୀତା ବିବାହ ଏହି ବିବାହ ଵହୁ ଧୂମଧାମରେ ପାଲିତ ହୋଇଥାଏ। ଉକ୍ତ ବିବାହ ସମୟରେ ଛୋଟ ଛୋଟ ଛୂଆ ମାନଙ୍କୁ ରାମ, ଲକ୍ଷ୍ମଣ, ସୀତା ଓ ପବନ ପୁତ୍ର ହନୁମାନ ଵେଷରେ ସଜାଇ ସହର ପରିକ୍ରମା କରାଯାଇଥାଏ । ଉକ୍ତ ରାମ ସୀତା ବିବାହ ଦେଖିବା ପାଇଁ ଵହୁ ଗହଳି ହୋଇଥାଏ।