ହରଭଙ୍ଗା (ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଜଗନ୍ନାଥ ସଡ଼କର କୃଷ୍ଣମହୋନପୁର ବଲାଟ ନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଛି l କିନ୍ତୁ ବୌଦ୍ଧ ପୂର୍ତ୍ତ ବିଭାଗର ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ କାର୍ଯ୍ୟ ସରିପାରି ନଥିବା ବେଳେ ଲୋକଙ୍କ କାମରେ ଲାଗିପାରୁ ନାହିଁ ବାଲଟ ସେତୁ l ଫଳରେ ନିର୍ମାଣ କାର୍ଯ୍ୟ ବାଧା ପ୍ରାପ୍ତ ହେବା ସହ ଜମି ମାଲିକ ଓ କଣ୍ଟ୍ରାକର ଙ୍କ ଭିତରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି l
ସୂଚନା ମତେ ଓଡିଶା ସରକାର ଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ନାଳ ଉପରେ ସେତୁ ନିର୍ମାଣ ପାଇଁ 20 କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା l ଏବଂ ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ କୁ ସୋନପୁର ଜିଲ୍ଲା ର ସ୍ୱତନ୍ତ୍ର କଣ୍ଟ୍ରାକ୍ଟର ଶ୍ରୀନିବାସ ମିଶ୍ର କାର୍ଯ୍ୟ କରୁଥିବା ବେଳେ ନିର୍ମାଣ ସ୍ଥାନରେ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ମାଲିକ 85 ଡ଼ିସିମିଲ ର କ୍ଷୟକ୍ଷତି ପାଇ ପାରି ନାହାନ୍ତି l ଯାହାକି ସମ୍ପୃକ୍ତ ଜମି ମାଲିକଙ୍କ ବାରମ୍ବାର ବିରୋଧ ହେଉଥିବା ସ୍ୱତେ ବିଭାଗ ଆଜି କାଲି ହେବ କହି ଜମି ମାଲିକ ଙ୍କୁ ଭଣ୍ଡେଇ ନିର୍ମାଣ କାର୍ଯ୍ୟ ଆଗକୁ ନେଇଥିବା ନେଇ ସୁରେନ୍ଦ୍ର ଦାବି କରିଛନ୍ତି l କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବାରୁ ଜମି ମାଲିକ ସୁରେନ୍ଦ୍ର ସେଠି ପୂର୍ବରୁ ବାରମ୍ବାର ନିର୍ମାଣ କାର୍ଯ୍ୟ ବିରୋଧ କରି ଆସୁଥିଲେ କିନ୍ତୁ ବିଭାଗ ଶୁଣୁନଥିବାରୁ ଆଜି ବାଧ୍ୟ୍ୟ ହୋଇ ରାସ୍ତା ଉପରେ କଣ୍ଟା ବାଡ଼ ଦେଇ ପ୍ରତିବାଦ କରିଥିବା ଜଣାପଡ଼ିଛି l
ଫଳରେ ଏପଟେ ନିର୍ମାଣ କାର୍ଯ୍ୟ ସତକଡା 90% ପ୍ରତିସତ ସାରିଥିବା ବେଳେ ପିଚୁ ପଡିଲେ କୋଟି କୋଟି ଟଙ୍କାର ନିର୍ମାଣଧୀନ ଥିବା ସେତୁ ଟି ଲୋକଙ୍କ କାମରେ ଲାଗିପରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l ସମସ୍ୟା ସମ୍ପର୍କ ରେ ବୌଦ୍ଧ ପୂର୍ତ୍ତି ବିଭାଗ ଅଧକ୍ଷୀଣ ଯନ୍ତ୍ରୀ ପ୍ରଭାତ ଦାସ ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ହୋଇ ପାରିନଥିବାରୁ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l