ଧର୍ମଗଡ଼:  ୧୦/୧୧(ହେମନ୍ତ କୁମାର ମାଝୀ)ଏଣିକି ଆଉ ମଣ୍ଡିରେ ମିଲର୍ସ ରାଜ ଚଳିବ ନାହିଁ।ଏଫ ଏଫ୍ଏକ୍ଯୁ ଆଳରେ ଚାଷୀଙ୍କୁ ଶୋଷଣ କରାଯିବ ନାହିଁ। ମଣ୍ଡି ଜଗିବ ବିଜେପି। ବିଜେପିର ଜଣେ ଜଣେ କର୍ମକର୍ତ୍ତା ମଣଡିରେ ତା’ର ତଦାରଖ କରିବେ।ଚାଷୀ ଯେମିତି ନ୍ୟାୟ ପାଇବ। କଟନିଛଟନି ହେବ ନାହିଁ। ପୂର୍ବରୁ ଅଣତାଲିମ ପ୍ରାପ୍ତ ଲୋକ ଧାନର ଏନାଲିସିସ କରୁଥିଲେ। ଏବେ ଅଭିଜ୍ଞ ଲୋକ ଏନାଲିସିସ କରିବେ। ଧାନର ସଠିକ ମାନ ନିର୍ଣ୍ଣୟ ହେବ। ଏଥିରେ ଯିଏ ବ୍ୟତିକ୍ରମ କରିବ ତା ଅଣ୍ଟାରେ ଦଉଡ଼ି ବନ୍ଧାହେବ ହାତରେ ହାତକଡି ଲାଗିବ।

ନବିନ ସରକାର ୨୪ ବର୍ଷ ଭିତରେ ଚାଷ ଓ ଚାଷୀ ପାଇଁ କୌଣସି ପଦେକ୍ଷପ ନେଇନାହିଁ। ଯୋଉଥି ପାଇଁ ଓଡିଶାବାସୀଙ୍କୁ ଆଳୁ ପାଇଁ ବଙ୍ଗଳା,ସଜନା ଛୁଇଁ ପାଇଁ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଛି।‌ମୋହନ ସରକାର କ୍ଷମତାକୁ ଆସିବା ପରେ ୫୮ଟି ଶୀତଳ ଭଣ୍ଡାର , ପ୍ରତି ବ୍ଳକରେ ପନିପରିବା ମୁଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଜେପି କ୍ଷମତାକୁ ଆସିବା କ୍ଷଣି ବାଦ ପଡିଥିବା ୬ଲକ୍ଷ ଚାଷୀଙ୍କୁ ପିଏମ କିସାନ ଯୋଜନାରେ ସାମିଲ କରାଯାଇପାରିଛି ।

ଉଠାଜଳସେଚନ ମାଧ୍ୟମରେ ସବୁ ଜମିକୁ ଜଳସେଚନ କରାଯିବା ବ୍ୟବସ୍ଥା କରାଯାଇଛି ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ମନୋଜ ସାହୁ, ହେମନ୍ତ ମାଝୀ, ଯୁବ ମୋର୍ଚା ଜିଲ୍ଲା ଉପସଭାପତି ହିମାଂଶୁ ପଣ୍ଡା ,ଅପ୍ରସ ସ୍ଵାଇଁ,ପୁତିନ ଲାଲ, ବିପିନ ବିହାରୀ ମହାରଣା, ଅରକ୍ଷିତ ବାରିକ,ପରାସର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।