
କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଜାତୀୟ ବୁଢା ଡଙ୍ଗର ଲକୋ ମହୋତ୍ସବ ଆସନ୍ତା ଡିସେମ୍ବର ୨୧ ଓ ୨୨ରେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଏଥିପାଇଁ ବି ଏସ ଏ ସଭା ଗୃହ ରେ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏହି ଉତ୍ସବ କୁ ଏକ ନୂତନ ଢଙ୍ଗରେ ପରିଣତ ରୂପ ଦିଆଯିବାର ନିଷ୍ପତ୍ତି ହୋଇଛି।ଏହି ଉଶ୍ଚବ ପାଇଁ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ବହୁ ବ୍ଲକ ଏନ ଏ ସି ର ବହୁ ଛାତ୍ର ଛାତ୍ରୀ ନ୍କ ଅଂଶ ଗ୍ରହଣ ଓ ଉଶ୍ଚବ ରେ ଅଞ୍ଚଳ ର ସମସ୍ତ ଅବସର ପ୍ରାପ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ସ୍ୱତନ୍ତ୍ର ଭାବରେ ସାମିଲ ନେଇ ନିଷ୍ପତ୍ତି ନିଆ ହୋଇଛି।
ଦୁଇ ଦିନ ଧରି ହେବାକୁ ଥିବା ଏହି ଉଶ୍ଚବ ରେ ରାଜ୍ୟପାଳ, ରାଜ୍ୟ ସରକାର ଙ୍କ ବିଭିନ୍ନ ମନ୍ତ୍ରୀ ,ପ୍ରଶାସନିକ ଅଧିକାରୀ, ସମାଜସେବୀ ଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରି ଅଣାଯିବା ସ୍ଥିରୀକୃତ ହୋଇଛି।ପ୍ରତିବର୍ଷ ଭଳି ପୂଜ୍ୟ ପୂଜା ରେ ବିଭନ୍ନ କ୍ଷେତ୍ର ରେ ଉଲ୍ଲେଖନିୟତା ପାଇଁ ସମ୍ମାନିତ କରାଯିବା ର ନିଷ୍ପତ୍ତି ନିଆହୋଇଛି।ଏଥର ବି ଦୁଇ ଦିନ ରେ ରାଜ୍ୟ ଓ ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ଡକାଯିବା ସହ ଓଲିଉଡ ଓ ବଲିଉଡ ର କଳାକାର ଙ୍କୁ ଡକାଯିବା ର ନିଷ୍ପତ୍ତି ନେଇଛନ୍ତି।ସେହିପରି ପ୍ରତିବର୍ଷ ଭଳି ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ, ଚିତ୍ର କଳା ପ୍ରଦର୍ଶନ ହେବା ପାଇଁ ନିଷ୍ପତ୍ତି ହୋଇଛି।
ସେହିପରି ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ନିଷ୍ପତ୍ତି ନେଇଥିବା ପ୍ରେସ ବିବୃତି ରେ କହିଛି।ଏଥିପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ସଭ୍ୟ ଙ୍କୁ ନେଇ ସବ କମିଟି ଗଠନ ହୋଇଛି।ପ୍ରଥମ କରି ଏସ ଏଚ ଜି ମହିଳା ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଅମୀୟ ନନ୍ଦ,ପ୍ରମୋଦ ଦାସ, ଅଜୟ ଜେନା,ବିକ୍ରମ ବାରିକ,ଡା ହରେ କୃଷ୍ଣ ଧଳ,ଜ୍ଞାନେନ୍ଦ୍ର ଭୋଇ,ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, ,ଲଳିତ ରଞ୍ଜନ ସାହା, କୁଞ୍ଜ ବିହାରୀ ସାହୁ,ସୁଶ୍ରୀ ରୁବି ଚୌଧୁରୀ, ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ।