ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ଓ ମଥୁରା ପଂଚାୟତ ର ଶତାଧିକ ଚାଷୀ ଉପସ୍ଥିତ ରେ ନୂଆପଡା ଠାରେ ମଣ୍ଡିଆ କ୍ଷେତ୍ର ଦିବସ ପାଳିତ ହୋଇଛିl ଏହି କାର୍ଯ୍ୟକ୍ରମ ରେ ଉଭୟପଂଚାୟତରନୂଆପଡା ,ଚମ୍ପାମାଳୀ ,ବିରନରସିଂହପୁର ,ବିରାମଚନ୍ଦ୍ରପୁର ,ହାଟଗାଁ ,ବରଝୁଲି , ମହୁଲବୁରି , ମଥୁରା ଆଦି ଗ୍ରାମରୁ ଶତାଧିକ କୃଷକ, କୃଷି ମିତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଅଗ୍ରଣୀ ଚାଷୀ ଭାଗ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଏଲକେବିକେ ଅନୁଷ୍ଠାନ,ସରସରା , ଶ୍ରୀ ଅନ୍ନ ଅଭିଯାନ ସହାୟତା ରେ ଆୟୋଜନ କରାଯାଇଥିଲl
ମାଣ୍ଡିଆ ଚାଷୀ ଚକ୍ରଧର ମଲ୍ଲିକ ଓ ମମତା ମଲ୍ଲିକ ଙ୍କ ମିଲେଟ୍ ଚାଷ କ୍ଷେତ୍ରରେ ହୋଇଥିବା ଦୁଇଟି ଫସଲ କାଟିବା ପରୀକ୍ଷା ବିଷୟରେ ତଥ୍ୟ ଭାଗୀଦାରମାନଙ୍କ ସହ ଆଦାନ ପ୍ରଦାନ କରିଥିଲେ। ବିରନରସିଂହ ପୁର ପଞ୍ଚାୟତ ସରପଞ୍ଚ ଚନ୍ଦନା ବେହେରା ଶ୍ରୀ ଅନ୍ନ ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଉପସ୍ଥିତଙ୍କ ସହ ତାଙ୍କ ଉଦ୍ୟମକୁ ଉତ୍ସାହିତ କରିବାରେ ପ୍ରେରଣା ଦେଇଥିଲେ। ବିଏଓ ସବ୍ୟସାଚୀ ଦାସ ଚାଷ ଉତ୍ପାଦନ ବୃଦ୍ଧି ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ, ଯାହା ଚାଷୀମାନଙ୍କ ପାଇଁ ମୂଲ୍ୟବାନ ଶିଖ୍ୟା ହେଉଥିଲା।ପୁରୁଷୋତ୍ତମ ସାହୁ(AAO) ଜୈବ ସାରର ବ୍ୟବହାର ବିଷୟରେ ବିବରଣୀ ଦେଇ ଜାଣାଇଥିଲେ ଯେ କିପରି ପ୍ରାକୃତିକ ପଦ୍ଧତି ମିଲେଟ୍ ଚାଷକୁ ସୁରକ୍ଷା କରିପାରିବ।
ମିଲେଟ୍ କୃଷକମାନଙ୍କୁ ସୁସ୍ଥ ଜମି ରଖିବା ପାଇଁ ଜୈବ ଖାଦ୍ୟ ସାରର ଗୁରୁତ୍ୱ ବୁଝାଇ ଦେଇଥିଲେ। ନୂଆପଡ଼ାର ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କୁ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ ଙ୍କ କରକମଳରୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜକ ସୀତାକାନ୍ତ ସାହୁ,ଅମରେନ୍ଦ୍ର ଭୋଇ,ପୁନିଆ ସାହୁ,ସମସ୍ତ ସିଆରପି ଶ୍ରୀ ଅନ୍ନ ଅଭିଯାନ,ଏହି କାର୍ଯ୍ୟ କ୍ରମକୁ ସହଯୋଗ କରିଥିଲେ।