ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ ):ଗୋ ମାତା ସୁରକ୍ଷା ଓ ଯତ୍ନ ନେଇ ବୌଦ୍ଧ ଜିଲ୍ଲା ରେ ଏକ ମାତ୍ର ଗୋ ସାଳା ରହିଥିବା ବେଳେ ଜିଲ୍ଲା ର ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦାନ୍ତପାଲି ଗ୍ରାମରେ ରହିଛି ଏହି ମାହେଶ୍ୱରୀ ଗୋ ସାଳା l ସରକାରଙ୍କ ପକ୍ଷରୁ ଉକ୍ତ ଗୋ ସାଳା କୁ ଗୋରୁ ଗାଈ ଙ୍କ ଥଇଥାନ ପାଇଁ ୨୨ /୨୩ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ୫୨ ଲକ୍ଷ ଟଙ୍କା ମଂଜୁର କରିଥିଲେ ଓ ୫ ଗୋଟି କିସ୍ତି ରେ ଏହି ଟଙ୍କା ଦେବାପାଇଁ ଚୁକ୍ତି ହୋଇଥିଲା l
୩ ଗୋଟି କିସ୍ତି ଟଙ୍କା ଗୋ ସାଳା କୁ ମିଳିଥିବା ବେଳେ ଚତୁର୍ଥ କିସ୍ତି ଟଙ୍କା ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ଭୁଆଁ ବୁଲାଉଥିବା ନେଇ ମହେଶ୍ୱରୀ ଗୋ ସାଳା ର ସମସ୍ତ କର୍ମଚାରୀ ଅସନ୍ତୋଷ ପ୍ରକାଶ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ମତ୍ସ ଓ ପଶୁ ସମ୍ପଦ ବିକାଶ ମେଳା ରେ ସମସ୍ତ ଗାଈ ଙ୍କୁ ଜିଲ୍ଲା ପ୍ରଶାସନ କୁ ହସ୍ତାନ୍ତର କରିବେ ବୋଲି ସମସ୍ତ ଗାଈ ଙ୍କୁ ନେଉଥିବା ବେଳେ ବାଟରେ ଅଟକାଇଛି ପୋଲିସ ପ୍ରଶାସନ l ଯଦି ଜିଲ୍ଲା ପ୍ରଶାସନ ଲିଖିତ ଭାବେ କେବେ ଟଙ୍କା ମଂଜୁର କରିବେ ପ୍ରତିଶୃତି ନ ଦେଲେ ଏଣିକି ଗୋଶାଳା ଆଓ ଗୋ ଯତ୍ନ ନେବନି l ଜିଲ୍ଲା ପ୍ରଶାସନ ନେବ ଗାଈର ଯତ୍ନ l