ଭୁବନେଶ୍ବର :ବିଜେଡିର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ବୁଧବାର ସନ୍ଧ୍ୟାରେ ଆକ୍ରମଣ ଘଟଣା ପରେ ବିବାଦୀୟ ହୋଇପଡିଥିଲେ ଭବ ପ୍ରସାଦ ଦାସ। ଏହାପରେ ବିରଜା ହାଟ ପ୍ରସଙ୍ଗରେ ବ୍ୟବସାୟୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ନେଇ ଏବେ ଚାରି ଚାରିଟି ମାମଲା ରୁଜୁ ହୋଇଛି।

ସେପଟେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପରିକ୍ରମା ପ୍ରକଳ୍ପ ଅଞ୍ଚଳ ରେ ବିରଜା ହାଟ ପୁନଃ ପ୍ରତିଷ୍ଠା ଉଦ୍ୟମ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଠି ହୋଇଥିଲା। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ରୁ ବାଧ୍ୟ ହୋଇ ପୋଲିସ ବଳ ପ୍ରୟୋଗ କରି ବ୍ୟବସାୟୀ ଙ୍କୁ ଉଠାଇ ଦେଇଥିଲା। ଏଭଳି ପରିସ୍ଥିତି ପାଇଁ ପ୍ରଶାସନ କୁ ଦାୟୀ କରିଛନ୍ତି ବ୍ୟବସାୟୀ। ହାଟ ଖୋଲିବାକୁ ଅନୁମତି ଦେଇ  ବନ୍ଦ କରିବା ଫଳରେ ପ୍ରଶାସନ ର ଦୋ ମୁହାଁ ନୀତି ପଦାକୁ ଆସିଛି। ସେପଟେ ଏ ନେଇ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ କହିଛନ୍ତି।

ବିରଜା ହାଟ ନଖୋଲିବା ପାଇଁ ଗତ ବୁଧବାର ରାତିରେ ବିଜେଡି କର୍ମୀ ଓ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଥିଲେ। ସେହିବାଟ ଦେଇ ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଯାଉଥିଲେ। ବିଧାୟକ ଆନ୍ଦୋଳନକୁ ନେଇ କିଛି ଟିପ୍ପଣୀ ଦେବା ପରେ ମାରପିଟ ଯାଏଁ କଥା ଯାଇଥିଲା। ଥାନା ଆଗରେ ଉଭୟ ଦଳର କର୍ମୀ ଓ ସମର୍ଥକ ଧାରଣା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୁରୁବାର ବିରଜା ହାଟ ଖୋଲିଥିଲା ବେଳେ ସମର୍ଥକଙ୍କ ସହ ଭବପ୍ରସାଦ ଦାସ ପହଞ୍ଚି ବ୍ୟବସାୟୀଙ୍କ ସାମଗ୍ରୀକୁ ଫିଙ୍ଗିବା ସହ ଟଣାଓଟରା କରିଥିଲେ ବୋଲି ଅଭିଯୋଗ ହୋଇଛି।