କାଶୀପୁର : ( ଅଞ୍ଜନ କୁମାର ନାଏକ)ଶିଶୁ ଖାଦ୍ୟ ” ଛତୁଆ ” ଏହାକୁ ରାଜ୍ୟସରକାରଙ୍କ ସମ୍ମନ୍ବିତ ଶିଶୁ ବିକାଶ ଯଜନା ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇ ପ୍ରଥମ ରୁ ୩ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଇଥାଏ।କିନ୍ତୁ ଏକ ବିପରୀତ ଘଟଣାରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡାଜର ଗ୍ରାମରେ। ଅଡାଜର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିକଟରେ କିଛି ଛତୁଆ ଗୁଣ୍ଡ ଜରାଜୀର୍ଣ୍ଣ ଅବସ୍ଥା ରେ ଫପଡା ଯାଇଥିବା ର ଏକ ଭିଡ଼ିଓ କ୍ଲିପ ଫେସବୁକ ଗ୍ରୁପ ମଧ୍ୟ ରେ ଭାଇରାଲ କରାଯାଇଥିଲା।
ଏହାର ଖବର ପାଇ କାଶୀପୁର ଶିଶୁ ବିକାଶ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଘଟଣାର ତଦନ୍ତ କରିଥିଲେ।ଆଶ୍ଚର୍ଯ୍ୟ ର ବିଷୟ ହେଲା ! ଯେଉଁ ମାନେ ଶିଶୁ ଖାଦ୍ୟ ହିତାଧିକାରୀ ସେମାନଙ୍କ କୌଣସି ଅଭିଯୋଗ ନାହିଁ ଛତୁଆ ପ୍ରତି !କହୁଛନ୍ତି ସବୁବେଳେ ଠିକ ସମୟରେ ଛତୁଆ, ଅଣ୍ଡା, ଶୁଖିଲା ଶିଶୁ ଖାଦ୍ୟ ମିଳୁଛି ହେଲେ ଏମାନଙ୍କ ୱାର୍କର ପ୍ରତି କୌଣସି ଅଭିଯୋଗ ନାହିଁ।
ହେଲେ ଗ୍ରାମର ପୁରୁଷ ମାନଙ୍କ ଅଭିଯୋଗ ସବୁବେଳେ ରହୁଛି କାହିଁକି, ଏହା ବର୍ତ୍ତମାନ ସମସ୍ତଙ୍କୁ ବିସ୍ମିତ କରିଛି। ବିଭାଗ ପକ୍ଷରୁ ଛତୁଆ ଫିଙ୍ଗା ଘଟଣାକୁ ଅସ୍ବୀକାର କରାଯାଇଛି। ଯେତିକି ପିଲାସଂଖ୍ୟା ପ୍ରତି ମାସରେ ସେତିକି ଛତୁଆ ପ୍ୟାକେଟ ଆସେ । ଏମିତି କୌଣସି ମାସରେ ଏକ ପ୍ୟାକେଟ ମଧ୍ୟ ଅଧିକା ଦିଆଯାଏ ନାହିଁ।
ହେଲେ ବର୍ତ୍ତମାନ ଏହା ବ୍ୟତୀତ ଅଧିକା ଛତୁଆ ପ୍ୟାକେଟ କଉଠି ଆସିଲା ? ଗ୍ରାମର ମହିଳାଙ୍କ ବୟାନ କୁ ଅନୁମାନ କଲେ ଯାହା ଜଣାପଡୁଛି ସେହି ଅଞ୍ଚଳରେ କୌଣସି ଅଙ୍ଗନବାଡି କେନ୍ଦ୍ରରେ ବଧେ କିଛି ମାସ ଧରି ଛତୁଆ ବଣ୍ଟନ କରାଯାଇନାହିଁ। କୌଣସି ଅଙ୍ଗନବାଡି କେନ୍ଦ୍ରରୁ ଜରାଜୀର୍ଣ୍ଣ ଛତୁଆ ଆଣି ଏଠାରେ କେହି ଫଫାଡି ଦେଇଛନ୍ତି କି ଏବଂ କାଳେ ଏହା ଏକ ପ୍ରୟୋଜିତ ଷଡଯନ୍ତ୍ର ହୋଇ ଥାଇପାରେ ବୋଲି ଅଞ୍ଚଳରେ ଆକଳନ ହେଉଅଛି।