ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଢୁଲିଆ ମହୁରୀଆ ଭେଟଘାଟ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅଂଚଳର ଅଧିଷ୍ଠାତ୍ରୀ ଦେବି ମା ବୁଢ଼ୀ ବାଉରୀ ମନ୍ଦିର ରୁ ମା ଙ୍କ ଦିବ୍ୟ ଜ୍ୟୋତି ଢୋଲ ଓ ମହୁରୀ ବାଦ୍ୟ ରେ ପଡିଆକୁ ଆଣି ଅବସ୍ଥାପିତ କରାଯାଇଥିଲା l ଏହି ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଇ.ନିର୍ମଳ କୁମାର ମହାନ୍ତି ସମ୍ମାନିତ ଅତିଥିଭାବେ ରାମଗଡ ସରପଞ୍ଚ ପ୍ରତିନିଧି ଶୁଭେନ୍ଦୁ ଯୋଶୀ, ଶିକ୍ଷାବିତ୍ ପୌଲସ୍ତି ଭୋକ୍ତା, ଡ଼. ଅମରେଶ ସାହୁ, କଣ୍ଟାମାଳ କେଲ ରେଞ୍ଜ ଅଧିକାରୀ ଅର୍ତତ୍ରାଣ ମିର୍ଧା, ରାମଗଡ ଗ୍ରାମ୍ୟ ସଭାପତି -ଶମ୍ଭୁ ପ୍ରସାଦ କ୍ଷେତ୍ତି,ଯାତ୍ରା ନିର୍ଦେଶକ ବୀରେନ୍ଦ୍ର ବାରିକ, ନରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ l

ଆଧୁନିକ ଯୁଗରେ ବିଲୁପ୍ତ ହୋଇଯାଉଥିବା ଓଡିଆ ସଂସ୍କୃତି ଓ ପାରମ୍ପାରିକ ଲୋକ ବାଦ୍ୟ ମହୁରୀ ସୁରେ ସୁରେ ଢୋଲ ବାଦ୍ୟ ପ୍ରତିଯୋଗିତା ହୋଇଥିବା l ସୁର, ଲୟ ତାଳ ର ମହା ମିଳନ ଲୋକ ବାଦ୍ୟ, ଲୋକ କଳା ର ଦଣ୍ଡ ବାଦ୍ୟ, ଷୋଳ ସୁଅଙ୍ଗ ବାଦ୍ୟ, କାଳୀ ବାଦ୍ୟ, ସମ୍ବଲପୁରୀ ବାଦ୍ୟ ଦର୍ଶକ ଙ୍କ ମନ ମୋହିଥିଲା lରାମଗଡ ଗ୍ରାମବାସୀ ଙ୍କ ଦ୍ୱାରା ଆୟୋଜିତ ଓ ବୌଦ୍ଧ ମାଟିର ଛୁଆ ସହଭାଗିତା ରେ କାର୍ଯ୍ୟକ୍ରମ ରେ ଢୁଲିଆ ମହୁରୀଆ ଭେଟଘାଟ ରେ ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରାୟ 40ଗୋଟି ଢୁଲିଆ ମହୁରୀଆ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ରଜନୀ ବାରିକ, ରବି ସେଠି,ସୁବାସ ବିଶି,ବିଜନ ମହାନ୍ତି, ସନ୍ତୋଷ ସେଠି ଙ୍କ ସମେତ ଗ୍ରାମବାସୀ ସାହାଯ୍ୟ ଓ ସହଯୋଗ କରିଥିଲେ l