କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସରକାରୀ ଛାତ୍ରା ବାସ ଠାରେ ଗତ ନଭେମ୍ବର ମାସ ୮ ତାରିଖରେ ଜଣେ ଛାତ୍ରର ସନ୍ଧେହ ଜନକ ମୃତ୍ୟୁ ହୋଇଥିଲା। ଘଟଣା ର ଏକ ମାସ ଫୁର୍ତ୍ତି ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ କାହାର ଚାପରେ ଘଟଣା ର ସତ୍ୟା ସତ୍ୟ ଏ ଯାବତ ଲୋକାଲୋଚନା କୁ ପହଞ୍ଚି ପାରି ନାହିଁ ? କେଉଁ ଉଧେଶ୍ୟ ରେ ଜିଲ୍ଲା ଶିକ୍ଷା ବିଭଗ ଓ ଜିଲ୍ଲା ମଙ୍ଗଳ ବିଭାଗ ଏ ଘଟଣାରେ ନିରବଦ୍ରଷ୍ଠା ଭାବେ ମୂକ ସାଜିଛି, କାହା ଚାପରେ ଜିଲ୍ଲାପାଳ ଆଜିପଯ୍ୟନ୍ତ କାହାରିକୁ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିଛନ୍ତି ପୂଣି କାହାର ନିଁର୍ଧେଶନାମା କୁ ଜିଲ୍ଲାପାଳ ଅପେକ୍ଷା କରିଛନ୍ତି ବୋଲି ସମଗ୍ର ଜିଲ୍ଲାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସମ୍ପୂର୍ଣ ଘଟଣା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଗହରା କରାଯଇଛି ବୋଲି ମୃତ ଶିଶୁ ର ପରିବାର ପକ୍ଷରୁ ଏ ବିରାଟ ସଂଗୀନ ଅଭିଯୋଗ କରାଯାଇଥିଲା ଏବଂ ବିଭିନ୍ନ ଗଣମାଧ୍ୟମ ଖବର କାଗଜରେ ପ୍ରକାଶ ପାଇଥିଲା ।

ଏହିପରି ଜିଲ୍ଲାର ବିଭିନ୍ନ ସରକାରୀ ଛାତ୍ରା ଆବାସିକା ରେ ଘଟି ଯାଇଥିବା ଘଟଣା ଯାହାକି ‘ ପିଲାଙ୍କୁ ଶାରୀରିକ ନିର୍ଯାତନା, ମାନସିକ ନିର୍ଯ୍ୟାତନା,ଶିଶୁଙ୍କୁ ଯୌନ ନିର୍ଯ୍ୟାତନା,ସ୍ୱାସ୍ଥ୍ୟ ଜନିତ ଚିକିତ୍ସା ଅବହେଳା ରେ ମୃତ୍ୟୁ ଏବଂ ଛାତ୍ରା ବାସରୁ ଛାତ୍ର ଛାତ୍ରୀ ନିଖୋଜ ଭଳି ଏକାଧିକ ଘଟଣା ଯାହା ବର୍ଷକ ମଧ୍ୟରେ ‘ ୯ ‘ ଟି ଘଟଣା ଘଟି ଥିବା ପରିଲକ୍ଷିତ ହୋଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଦସୀଙ୍କ ବିରୋଧ ରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିବାର ସାଧାରଣ ରେ ଦୃଷ୍ଟି ଆକର୍ଷଣ ହୋଇନାହି ।
ପ୍ରକାଶ ଥାଉକି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଉଚ୍ଚ ମାଧ୍ୟାମିକ ସରକାରୀ ବିଦ୍ୟାଳୟ ର ଛାତ୍ରାବାସ ରେ ଗତ ନଭେମ୍ବର ୮ ତାରିଖ ରେ ଜଣେ ଚତୁର୍ଥ ଶ୍ରେଣୀରେ ଅଧ୍ୟାୟନରତ ” ୯ ” ବର୍ଷ ର କୋମଳମତି ଶିଶୁ ର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ରେ ଏକମାସ ପୂରୀ ଆସିଲା ବେଳେ ଛାତ୍ର ର ପ୍ରକୃତ ମୃତ୍ୟୁ ଘଟଣା ଲୋକଲୋଚନ କୁ ଆସି ପାରିଲା ନାହିଁ । ଗତ ନଭେମ୍ବର ୧୮/୨୦୨୪ ରେ ରାୟଗଡା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କାଶୀପୁର ଠାରେ ଅନୁଷ୍ଠିତ ହୋଇ ଥିଲା । ଏହି କ୍ରମେ ଜିଲ୍ଲା ଶିକ୍ଷା ବିଭଗ ଓ ଜିଲ୍ଲା ମଙ୍ଗଳ ବିଭାଗ ର ଅନିୟମିତତା ରେ ସମସ୍ତ ବ୍ୟବସ୍ଥା ଅବ୍ୟବ୍ୟବସ୍ଥା ମଧ୍ୟରେ ଚାଲିଥିବା ଦର୍ଶାଇ ଅଧିକାରୀଙ୍କ ଢିଲା ପଣ ଦେଖା ଦେଉଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରିଙ୍କୁ ଲୋକେ ଏକାଧିକ ଅଭିଯୋଗ କରିଥିଲେ।

ଏହି ପରିପେକ୍ଷୀରେ ଚନ୍ଦ୍ରଗିରି ଶିଶୁ ମୃତ୍ୟୁ ଘଟଣା ସମ୍ପର୍କ ରେ ବ୍ଲକ ଗଣମାଧ୍ୟମ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲଢ଼ି ଥିଲେ କିନ୍ତୁ, ଘଟଣା ସମ୍ପର୍କ ରେ ବିଭାଗୀୟ ପକ୍ଷରୁ କୌଣସି ତଥ୍ୟ ଏଯାବତ ମିଳିନଥିବା ପ୍ରକଶ କରିଥିଲେ ଏବଂ ଘଟଣା ସମ୍ୱନ୍ଧେ ଅନଭିଜ୍ଞ ଥିଲା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ଭଳି ମନ୍ତବ୍ୟ ରୁ ନିବୃତ ହୋଇଥିଲେ ଜିଲ୍ଲାପାଳ।

ଆଜିପଯ୍ୟନ୍ତ ଶବ ବ୍ୟବଛେଦ ରିପୋର୍ଟ କାଶୀପୁର ପୋଲିସର ହସ୍ତଗତ ହୋଇନଥିବା ସାଧାରଣ ରେ ବିସ୍ମିତ କରିଛି। କେଉଁ କାରଣରୁ ପିଲାଟି ଶ୍ରେଣୀ ରେ ଅନୁପସ୍ଥିତ ଓ କେଉଁ ପରିସ୍ଥିତି ରେ ଛାତ୍ରାବାସରେ ଏକାକୀ ଥିଲା ? କାହା ନିର୍ଧେଶ ବଳରେ ଝୁଲନ୍ତା ଶବ କୁ ଖଟିଆରେ ଅଲ୍ଲାଇ ଶୁଆଇ ଦିଆ ଯାଇଥିଲା ? ପୂଣି ମୃତ ଶରୀର ବେକରୁ ଗାମୁଛା କାଡିବା ଘଟଣା କୁ ଘଣ୍ଟ ଘଡ଼ାଇବା ପ୍ରୟାସ ଚାଲି ଥିଲାକି ବୋଲି ବୁଦ୍ଧିଜୀବୀ ମହଲରେ ବିସ୍ମିତ ସୃଷ୍ଟି କରିଛି lଜଉପର୍ଯ୍ୟନ୍ତ ଫୋରେନସିକ ରିପୋର୍ଟ ଆସି ନାହିଁ ଘଟଣାର ତଦନ୍ତ ସମାପ୍ତ ନାହିଁ ବୋଲି ପୋଲିସ ଆଜିପଯ୍ୟନ୍ତ ଅହରହ ସଂଘର୍ଷରେ ଛାତ୍ର ମୃତ ଘଟଣା ରହସ୍ୟ ର ପର୍ଦାଫାଶ କରିବା ଏବଂ ତଦନ୍ତ ସପକ୍ଷରେ ପହଞ୍ଚିବା ଜାରିରଖି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।