କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ସଦଭାବନା ଗୃହ ରେ ଆଜି ଗୋଷ୍ଠି ଉନ୍ନୟନ ବିଭାଗ ଓ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଅଞ୍ଚଳ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଅଭିଭାବକ ଙ୍କର ଉପସ୍ଥିତିରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀ , ଏବିଡ଼ିଓ ପଦ୍ମିନୀ କହଁର ବିଇଓ ଦୀପ୍ତି ମୟୀ ସିଂ , ଏବିଇଓ ପବିତ୍ର ନାଇକ, କୂଳରଞ୍ଜନସୁନା ,ବିଆରପି ଦୀପକ ରଞ୍ଜନ ମହାନ୍ତି ,ଵିଏସଏସଓ ରମାକାନ୍ତ କୁମ୍ଭରିକା ଓ ଗ୍ରାମପଞ୍ଚାୟତ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ ।
କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଙ୍କ ଦ୍ଵାରା ବିଭିନ୍ନ ପ୍ଲା କାର୍ଡ ଓ ନାରା ଦେଇ ପଟୁଆର ରେ ବାହାରି ସହର ପରିକ୍ରମା କରାଯାଇଥିଲା । ପୁଣି ଉପସ୍ଥିତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତ୍ୱ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୪ ଗ୍ରାମପଞ୍ଚାୟତ ରୁ ଉପସ୍ଥିତ ଥିବା ଶତାଧିକ ଅଭିଭାବକ ଙ୍କୁ ମଞ୍ଚାସିନ ଅତିଥି ମନେ ଭିନ୍ନକ୍ଷମ ସମ୍ପର୍କରେ ସଚେତନ କରିଥିଲେ ।
ପରବର୍ତ୍ତୀ ସମୟରେ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହେଇଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ କାର୍ଯ୍ୟକ୍ରମ ର ଅନ୍ତିମ ରେ ସମସ୍ତଙ୍କ ନିମନ୍ତେ ଖାଦ୍ୟ ବ୍ୟବସ୍ତା କାରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ କିରତେଶ୍ୱର ନାଇକ, ତ୍ରିନାଥ ନାଇକ, କୃଷ୍ଣ ଚନ୍ଦ୍ର ନାଇକ,ରଜେନ୍ଦ୍ର
ବେହେରା ,କୈବଲ୍ୟ ଦଣ୍ଡସେନା,ଯୋଗେଶ୍ୱର ବେହେରା ପ୍ରମୁଖ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସମ୍ପୁର୍ଣ୍ଣ ଭାବେ ସହଯୋଗ କରିଥିଲେ।