କେସିଙ୍ଗା :  (ପ୍ରୀତେଶ ପଟେଲ)ଗତ କିଛି ଦିନ ତଳେ ଚୋରି ଅଭିଯୋଗ ର ୨୪ ଘଣ୍ଟା ଭିତରେ ଚୋର ମାନଙ୍କୁ ଧରି ନିଜର କାର୍ଯ୍ୟ ଦକ୍ଷତା ବଳରେ ସହର ବାସି ଙ୍କ ବିଶ୍ୱାସ ର ପାତ୍ର ହୋଇଥିବା କେସିଙ୍ଗା ପୋଲିସ ଆଜି ସମାଲୋଚନା ର ପାତ୍ର ହୋଇଛି ।ଗତ ରବିବାର କେସିଙ୍ଗା ସହର ର ଏକ ବିଶିଷ୍ଟ ବ୍ୟବସାୟୀ ଙ୍କ ଘରୁ ୧୫ ଭରି ସୁନା ଓ ୧୦ଲକ୍ଷ ଟଙ୍କା ଚୋରି ହୋଇଥିବା ଘଟଣା ର ମାତ୍ର ଦୁଇ ଦିନ ହୋଇଥିବା ବେଳେ କାଲି ସହର ର ଦୁଇଟି ଦୋକାନ ସଟର ଭାଙ୍ଗି ଚୋରି କରିବା ଘଟଣା କୁ ନେଇ ସହର ବାସି ଚିନ୍ତିତ ହୋଇ ପଡିଛନ୍ତି ।ଲଗାତାର ତିନି ଦିନ ଭିତରେ ତିନୋଟି ଜାଗାରୁ ଚୋରି କରି ପୋଲିସ ର ନିଦ ହଜାଇବା ସହିତ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର ।

ସୂଚନା ଅନୁସାରେ କେସିଙ୍ଗା ସହର ର ଏନ୍ ଏ ସି ନିକଟସ୍ଥ ସୁବାସ କ୍ଲଥ ଷ୍ଟୋର ଓ ପୁରୁଣା ସିନେମା ହଲ୍ ନିକଟସ୍ଥ ଜଗଦମ୍ବା ଚପଲ୍ ଦୋକାନ ରୁ ଗତ ରାତିରେ ସଟର ଭାଙ୍ଗି ଚୋରି କରିନେଇଛନ୍ତି ଚୋର।କେସିଙ୍ଗା ଆଦର୍ଶ ଥାନା ର ହୋମ ଗାର୍ଡ ଓ ପେଟ୍ରୋଲିଂ ଗାଡି ରାତି ତମାମ୍ ସହର ସାରା ପଇଁତରା ମାରୁଥିବା ବେଳେ ଚୋରି ବିଷୟରେ ଟେର୍ ନ ପାଇବା ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି ।ଅନ୍ୟ ପଟେ ଜଗଦମ୍ବା ଚପଲ୍ ଦୋକାନରୁ ମାତ୍ର କିଛି ଦୂର ରେ ଥିବା ତ୍ରୀମୂତ୍ତି କପଡ଼ା ଦୋକାନ ନିକଟରେ ରାତିରେ ହୋମ୍ ଗାର୍ଡ ମାନେ ରାତ୍ରି ଯାପନ କରୁଥିବା ଅନେକ ସମୟ ରେ ଦେଖାଯାଏ ।ମାତ୍ର କିଛି ବାଟରେ ସହରକୁ ଜଗିଥିବା ପୋଲିସ କେମିତି ଏହି ଚୋରି ବିଷୟ ରେ ଜାଣି ପାରିଲେ ନାହିଁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହର ବାସି ।

ସନ୍ଧ୍ୟା ରୁ ଷ୍ଟ୍ରିଟ ଲାଇଟ୍ ମଧ୍ଯ ବନ୍ଦ ଥିଲା ସକାଳ ପର୍ଯ୍ୟନ୍ତ |ଶୀତୁଆ ରାତିର ଅନ୍ଧାର ରେ ଫାଇଦା ନେବା ପାଇଁ ଚୋର ଚେଇଁ ରହିଥିବା ବେଳେ ପୋଲିସ ସୋଇ ରହିଛି ବୋଲି ସହର ଶାରା ଚର୍ଚା ହେଉଛି ।ଯାହା ବି ହେଉ ସହର ରେ ଲଗାତାର ଭାବରେ ଚୋରି ବଢ଼ିଚାଲିଥିବା ବେଳେ ଆଜିର ଏହି ଘଟଣା ପୋଲିସ ରେ ନିଦ ହଜଦିଦେଇଥିବା ମନେ ହେଉଛି ।କେବେ ଏହି ଚୋରି ଘଟଣା ଗୁଡ଼ିକ ଉପରୁ ପରଦା ଉଠାଇ ବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।